ଇମାମୀ ପେପର ମିଲ୍‌ରୁ ୧୦୧ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର ଅଫିସ,୧୨।୪: ବାଲେଶ୍ୱର ଜିଲା ରେମୁଣାସ୍ଥିତ ଇମାମୀ ପେପର ମିଲରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧ ଜଣ କେବଳ ଇମାମୀ ପେପର ମିଲ୍‌ରୁ ରହିଛନ୍ତି। ବାଲେଶ୍ୱର ସିଡିଏମ୍‌ଓ ଦୁଲାଲସେନ ଜଗଦ୍ଦେବ ଏହି ସୂଚନା ଦେଇଛନ୍ତି।
ଗୋଟିଏ ସ୍ଥାନରୁ ଏକାବେଳେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ତା’ସହିତ ମିଲ୍‌ର ୩ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ପ୍ରଶାସନ ବନ୍ଦ କରି ଦେଇଛି।

Share