Categories: ଜାତୀୟ

ଓୱାଇସିଙ୍କ ଦୀର୍ଘ ଜୀବନ କାମନା କରି ୧୦୧ ଛେଳିଙ୍କୁ ବଳି ଦେଲେ ବ୍ୟବସାୟୀ!

ହାଇଦ୍ରାବାଦ,୭ ।୧: ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଗାଡି ଉପରକୁ ଗୁଳି ମାଡ କରିବା ଘଟଣାକୁ ନେଇ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଓୱାଇସିଙ୍କ ଦୀର୍ଘ ଜୀବନ କାମ କରି ୧୦୧ ଛେଳି ବଳି ଦେଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ମାଲାକପେଟ ବିଧାୟକ ଓ ଦଳର ନେତା ଅହମଦ ବଲାଲା ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, କିଛିଦିନ ତଳେ ଓୱାଇସି ମେରଠରୁ ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ ଗାଡି ଉପରକୁ ଗୁଳି କରାଯାଇଥିଲା । ସୌଭାଗ୍ୟ ବଶତଃ ସେ ଗାଡିରେ ଥିଲେ ବି ଗୁଳି ତାଙ୍କ ଦେହରେ ନ ବାଜି ଡୋରରେ ବାଜିଥିଲା । ଟୋଲ ପ୍ଲାଜା ନିକଟରେ ଏହି ଘଟଣା ଘଟିଥିବା ବେଳେ ସିିଟିଭିର ଫୁଟେଜ ନେଇ ଯାଞ୍ଚ ପରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିଲା ।

Share