ରାଜଧାନୀରେ ମାଡିଲା କରୋନା: ଆଜି ଚିହ୍ନଟ ହେଲେ ୧୦୧ ଆକ୍ରାନ୍ତ; ଖଣ୍ଡଗିରିରୁ ସର୍ବାଧିକ

ଭୁବନେଶ୍ୱର,୬।୪(ବ୍ୟୁରୋ): ବେଳକୁ ବେଳ ଅସମ୍ଭାଳ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମଣରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମଙ୍ଗଳବାର ରାଜଧାନୀରୁ ଚିହ୍ନଟ ହୋଇଛନ୍ତି ୧୦୧ ପଜିଟିଭ୍‌। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୧ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ୮୦ ଲୋକାଲ କେସ୍‌ ରହିଛି। ତେବେ ଲୋକାଲ କେସ୍‌ ମଧ୍ୟରୁ ଖଣ୍ଡିଗିରିରୁ ସର୍ବାଧିକ ୧୨ଜଣ, ରସୁଲଗଡ଼ରୁ ୭ଜଣ, ପୁରୁଣା ଭୁବନେଶ୍ୱରରୁ ୬ଜଣ, ସହିଦନଗର, ପଟିଆ ଏବଂ ନୟାପଲ୍ଲୀରୁ ୫ଜଣ ଲେଖାଏ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share