ଆଜି ରାଜ୍ୟରେ ୧୦୧୮ ପଜିଟିଭ୍‌ ଚିହ୍ନଟ: ରାୟଗଡ଼ାରେ ଶୂନ, ୨୯ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ଶୁକ୍ରବାର ୨୯ ଜିଲାରୁ ୧୦୧୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୭୦୦୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୮୫ ଜଣ ଚିହ୍ନଟ ହୋଇଥିବା ବେଳେ ୪୩୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ରାୟଗଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ବାକି ୨୯ଟି ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ରହିଥିବା ଜଣାପଡ଼ିଛି। ସୁନ୍ଦରଗଡ଼ରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୮୬ ଏବଂ ଖୋର୍ଦ୍ଧାରୁ ୮୩ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳ ୬୫, ବାଲେଶ୍ୱର୨୪, ବରଗଡ଼ ୨୭, ଭଦ୍ରକ ୯, ବଲାଙ୍ଗୀର ୬୭, ବୌଦ୍ଧ ୨, କଟକ ୭୩, ଦେବଗଡ଼ ୪, ଢେଙ୍କାନାଳ ୨୦, ଗଜପତି ୭, ଗଞ୍ଜାମ ୧୩, ଜଗତସିଂହପୁର ୫୧, ଯାଜପୁର ୩୯, ଝାରସୁଗୁଡ଼ା ୨୭, କଳାହାଣ୍ଡି ୪୩, କନ୍ଧମାଳ ୧୯, କେନ୍ଦ୍ରାପଡ଼ା ୩୮, କେନ୍ଦୁଝର ୩୫, କୋରାପୁଟ ୧୨, ମାଲକାନଗିରି ୩, ନବରଙ୍ଗପୁର ୧୭, ନୟାଗଡ଼ ୧୦, ନୂଆପଡ଼ା ୪୧, ପୁରୀ ୩୮, ସୋନପୁର ୮ ଏବଂ ସମ୍ବଲପୁରରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୦,୭୦୦୪ରେ ପହଞ୍ଚିଥିବା ବେଳେ ୨,୯୩,୭୪୧ଜଣ ସୁସ୍ଥ ହୋଇଛନ୍ତି। ୧୧,୭୧୫ ଜଣ ଚିକିତ୍ସିତ ହେଉଛନ୍ତି।

Share