ଗାଜା ଯୁଦ୍ଧରେ ୧୦୨ ଜାତିସଂଘ କର୍ମଚାରୀ ମୃତ, ୨୭ ଆହତ…

ଜେରୁଜେଲମ,୧୪।୧୧: ହମାସ ଏବଂ ଇସ୍ରାଏଲ ଯୁଦ୍ଧରେ ଜାତିସଂଘର ୧୦୨ କର୍ମଚାରୀ ନିହତ ହୋଇଛନ୍ତି। ଏଥିରେ କୁହାଯାଇଛି ଯୁଦ୍ଧ ଆରମ୍ଭରୁ ଜାତିସଂଘର ୨୭ ଜଣ କର୍ମଚାରୀ ଆହତ ହୋଇଛନ୍ତି।

ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ) ଏକ ବିବୃତ୍ତିରେ କହିଛି: ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଆକ୍ରମଣରେ ଜାତିସଂଘର ଆରଡବ୍ଲୁଏ କର୍ମଚାରୀ ତାଙ୍କ ପରିବାର ସଦସ୍ୟଙ୍କର ଗାଜା ଅଞ୍ଚଳରେ ମୃତ୍ୟୁ ଘଟିଥିଲା।

ସିଏନଏନ ରିପୋର୍ଟ ଅନୁଯାୟୀ, ୟୁଏନଆରଡବ୍ଲୁଏ ଏହାର ବିବୃତ୍ତିରେ କହିଛି, ମିଳିତ ଜାତିସଂଘର ଇତିହାସରେ ଯୁଦ୍ଧରେ ନିହତ ହୋଇଥିବା ଏହା ହେଉଛି ଜାତିସଂଘର ସର୍ବାଧିକ ସଂଖ୍ୟକ କର୍ମୀ। ଏନେଇ ସୋମବାର ଦିନ ଜାତିସଂଘର କାର୍ଯ୍ୟାଳୟଗୁଡ଼ିକରେ ଅଧ୍ୟନମିତ କରାଯାଇଥିଲା। ଗାଜାରେ ମୃତ୍ୟୁ ଘଟିଥିବା ଜାତିସଂଘର ସମସ୍ତ କର୍ମଚାରୀ ଏବଂ କର୍ମୀଙ୍କୁ ସମ୍ମାନ ଦେବା ପାଇଁ ଏକ ମିନିଟର ନୀରବତା ପାଳନ କରାଯାଇଥିଲା।

Share