ସମାଜକୁ ସଂସ୍କାରଧର୍ମୀ କରିବାକୁ ଗୁରୁତ୍ୱ

ସୋନପୁର, ୧୪ା୧୦(ନି.ପ୍ର.) ସୁବର୍ଣ୍ଣପୁର ଜିଲା ଯାଦବ ମହାସଭା ପକ୍ଷରୁ ବାର୍ଷିକ ଶାରଦୀୟ ପୂର୍ଣ୍ଣମୀ ଅବସରରେ ବାର୍ଷିକ ପୂଜା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯାଦବଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୂଜନୋତ୍ସବ ସ୍ଥାନୀୟ ସମଲେଶ୍ୱରୀ ପୀଠରେ ଅନୁଷ୍ଠିତ ହୋଇଥିଲା। ସକାଳେ ବୁଢୀ ସମଲେଇ ମନ୍ଦିର ପ୍ରାଙ୍ଗଣରୁ ଯାଦବମାନେ ଏକ ବାଡି ଖେଳ ଶୋଭାଯାତ୍ରାରେ ବାହାରି ସମଲେଶ୍ୱରୀ ମନ୍ଦିରରେ ପହଞ୍ଚତ୍ଥିଲେ। ମଧ୍ୟାହ୍ନରେ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲା ସଭାପତି ତପନ ଜୁଆଡି ସଭାରେ ଅଧ୍ୟକ୍ଷତା କରିଥିଲେ। ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯାଦବ ସମାଜର ଇତିବୃତ୍ତ ବର୍ଣ୍ଣନା କରିବା ସହ ଏହି ସମାଜ ଶ୍ରେଷ୍ଠ ବୋଲି କହିଥିଲେ। ସଭାରେ ବରଗଡ, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲା ଯାଦବ ସମାଜର ସଭାପତି ଓ ଉପସଭାପତିମାନେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଅତିଥିମାନେ ସମାଜରେ ଥିବା କୁସଂସ୍କାରକୁ ଦୂର କରିବା ସହ ଅବହେଳିତ ପରିବାରକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Share