Posted inଫୁରସତ

୧୦୪ ବର୍ଷୀୟାଙ୍କ ସ୍କାଏଡାଇଭିଂ

ଲଣ୍ଡନ: ବର୍ତ୍ତମାନ ସମୟରେ ୬୦ ବର୍ଷ ପରେ ଅଣ୍ଟା ସଳଖି ଚାଲିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଆଉ ଫିଟ୍‌ ହୋଇ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା କେତେଜଣଙ୍କ ପକ୍ଷରେ ସମ୍ଭବ ହେଉଛି। ତେବେ ନିକଟରେ ଜଣେ ୧୦୪ ବର୍ଷୀୟା ନିଜ ସଉକ ପାଇଁ ତାଙ୍କ ବୟସକୁ ଖାତିର କରିନାହାନ୍ତି। ଚିକାଗୋର ଡୋରୋଥି ହୋଫନର୍‌ ୧୩ ହଜାର ୫୦୦ ଫୁଟ୍‌ ଉଚ୍ଚରୁ ଡେଇଁ ଦୁନିଆର ସବୁଠୁ ଅଧିକ ବୟସ୍କା ସ୍କାଏଡାଇଭର ଭାବେ ଗିନିଜ୍‌ ୱାଲର୍‌ଡ ରେକର୍ଡରେ ନାମ ଲେଖାଇଛନ୍ତି। ଡୋରୋଥି ନିକଟରେ ଓଟାୱାର ସ୍କାଏଡାଇଭ ଚିକାଗୋରେ ଏହି ସ୍କାଏଡାଇଭିଂ କରିଛନ୍ତି, ଯାହା ଚିକାଗୋ ସହରର ପ୍ରାୟ ୮୬ ମାଇଲ ଦକ୍ଷିଣ-ପଶ୍ଚିମରେ ରହିଛି। ରିପୋର୍ଟ ମୁତାବକ, ଡୋରୋଥିଙ୍କ ପୂର୍ବରୁ ଏହି ରେକର୍ଡ ସ୍ବିଡେନର ରୁଟ୍‌ ଲିନିଆ ଇଞ୍ଜିଗାର୍ଡ ଲାର୍ସନଙ୍କ ନିକଟରେ ଅଛି, ଯାହାକୁ ସେ ୨୦୨୨ ମେ’ରେ ହାସଲ କରିଥିଲେ। ତାଙ୍କୁ ସେତେବେଳେ ୧୦୩ ବର୍ଷ ବୟସ ହୋଇଥିଲା। ଏହା ପୂର୍ବରୁ ଡୋରୋଥିଙ୍କୁ ୧୦୦ ବର୍ଷ ହୋଇଥିଲାବେଳେ ସେ ସ୍କାଏଡାଇଭିଂ କରିଥିଲେ। ସେତେବେଳେ ତାଙ୍କୁ ଏଥିପାଇଁ ଟିକିଏ ଡର ଲାଗିଥିଲା। ହେଲେ ଏଥରର ସ୍କାଏଡାଇଭିଂରେ ସେ ପୂରା ୭ ମିନିଟ୍‌ ପର୍ଯ୍ୟନ୍ତ ମଜା ଉଠାଇଥିଲେ। ତାଙ୍କୁ ଏଥିରେ ସବୁଠୁ ଖୁସି ମିଳିଥିବା ସେ କହିଛନ୍ତି। ତେବେ ଡୋରୋଥି ଆଗକୁ ହଟ୍‌ ବେଲୁନ୍‌ରେ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ଏହି ଗ୍ରାମ: ପ୍ରତି ଘରେ ଆଇଏଏସ୍‌, ଆଇପିଏସ୍‌

ଲକ୍ଷ୍ନୌ:ସମ୍ପ୍ରତି ସରକାରୀ ଚାକିରି ପାଇବା ଅନେକଙ୍କ ପାଇଁ କାଠିକର ହୋଇପଡ଼ିଛି। ଆଇଏଏସ୍‌ ଏବଂ ଆଇପିଏସ୍‌ ହେବାକୁ ବହୁ ଛାତ୍ରୀଛାତ୍ର ସ୍ବପ୍ନ ଦେଖୁଥିଲେ ମଧ୍ୟ ପ୍ରତିଯୋଗିତାର ସ୍ତର...

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri