୧୦୪୬ ରାଜସ୍ବ ଗ୍ରାମ ବଢ଼ିଲା

ଭୁବନେଶ୍ୱର, ୫।୮(ସୁନିତ୍‌ ମିଶ୍ର):ରାଜ୍ୟର ବିଭିନ୍ନ ଜିଲାରେ ମୋଟ୍‌ ୧୦୪୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ସରକାର ପ୍ରସ୍ତାବ ମଞ୍ଜୁର କରିଛନ୍ତି। ୩୦ ଜିଲା ଲାଗି ଜିଲାପାଳମାନଙ୍କ ତରଫରୁ ମୋଟ୍‌ ୫୪୯୬ଟି ପଡ଼ା ଗ୍ରାମ ତାଲିକା ପ୍ରଦାନ କରାଯାଇଛି। ଏହି ପଡ଼ା ଗ୍ରାମଗୁଡ଼ିକ ମୁଖ୍ୟ ରାଜସ୍ବ ଗ୍ରାମଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଅବସ୍ଥିତ। ଏହିସବୁ ଗ୍ରାମରେ ପ୍ରାୟ ୨୫୦ରୁ ଅଧିକ ଲୋକ ବସବାସ କରନ୍ତି। ତେବେ କୋରାପୁଟ ଜିଲାର ସର୍ବାଧିକ ୪୫୦ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ଜିଲାପାଳଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ମୋଟ୍‌ ୧୦୪୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ପ୍ରସ୍ତାବ ମଞ୍ଜୁର କରିଥିବା ବେଳେ ସେଥିରୁ ମୟୂରଭଞ୍ଜ ଜିଲାର ସର୍ବାଧିକ ୧୧୮ଟି ଗ୍ରାମ ରହିଛି। ଏହାଛଡ଼ା ୨୧୬୩ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ନ ଦେବା ଲାଗି ସରକାର ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି। ସେଥିମଧ୍ୟରୁ ରାୟଗଡ଼ା ଜିଲାର ସର୍ବାଧିକ ୨୪୧ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ନ ଦେବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାକି ୨୨୮୭ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି। ରାଜସ୍ବ ଗ୍ରାମର ମାନ୍ୟତା ମିଳିଥିବା ୧୦୪୬ ଗ୍ରାମ ମଧ୍ୟରୁ ୩୦୭ଟି ଗ୍ରାମର ସ୍ଥିତି ସମ୍ପର୍କରେ ଭୂଲେଖରେ ସବୁ ତଥ୍ୟ ଚଢ଼ାଯାଇସାରିଛି। ତେବେ ରାଜ୍ୟ ସରକାର ୨୨୬୮ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ତାଲିକାରୁ ସମ୍ପୂର୍ଣ୍ଣ ଖାରଜ କରିଦେଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ବିଧାୟକ ଅଶ୍ୱିନୀ କୁମାର ପାତ୍ର ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ନୂଆ ରାଜସ୍ବ ଗ୍ରାମ ଚିହ୍ନଟ ହେବା ପୂର୍ବରୁ ରାଜ୍ୟରେ ମୋଟ୍‌ ୫୧,୪୭୭ଟି ଗ୍ରାମ ରହିଥିଲା। ରାଜ୍ୟରେ ଆଉ ୫୪୯୬ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଚିହ୍ନଟ ହୋଇଛି। ସେଥିରୁ ୧୦୪୬ଟି ପାଇଁ ପ୍ରସ୍ତାବ ମଞ୍ଜୁରୀ ହୋଇସାରିଥିବା ବେଳେ ୨୧୬୩ଟି ଗ୍ରାମ ନିମନ୍ତେ ଆସିଥିବା ପ୍ରସ୍ତାବର ବିଭିନ୍ନ ଦିଗକୁ ତର୍ଜମା କରି ତାକୁ ନାକଚ କରାଯାଇଛି। ଯେପରିକି ଗ୍ରାମରେ ୨୫୦ରୁ କମ୍‌ ଲୋକ ବସବାସ କରୁଥିବା ଏକ କାରଣ ହୋଇଥିବା ବେଳେ ମୁଖ୍ୟ ରାଜସ୍ବ ଗ୍ରାମଠାରୁ ତା’ର ଦୂରତା ଯେତିକି ରହିବା କଥା ସେତିକି ରହୁନାହିଁ। ସେହିପରି ଉକ୍ତ ଗ୍ରାମଗୁଡ଼ିକରେ ଯେତିକି ଗୋଚର ଏବଂ କମ୍ୟୁନାଲ ଜମି ସମ୍ବନ୍ଧୀୟ ସମସ୍ୟା କାରଣରୁ ମଧ୍ୟ ନାକଚ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ଅବଶିଷ୍ଟ ୨୨୮୭ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମରେ ପରିଣତ କରିବା ଲାଗି ପ୍ରସ୍ତାବ ଜିଲାପାଳଙ୍କ ନିକଟରେ ରହିଛି। ଏହିସବୁ ପ୍ରସ୍ତାବଗୁଡ଼ିକ ଜିଲାପାଳଙ୍କଠାରୁ ପ୍ରାପ୍ତ ହେବା ପରେ ଭୂ-ଅଭିଲେଖ ପରିମାପକ ନିର୍ଦ୍ଦେଶକ ଓଡ଼ିଶାଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡକୁ ବିଚାର କରାଯାଇ ରାଜସ୍ବ ଗ୍ରାମ ରୂପେ ଘୋଷଣା କରାଯିବ। ଏ ପର୍ଯ୍ୟନ୍ତ ୩୦୭ଟି ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପାଇଁ ଭୂ-ଲେଖରେ ପଞ୍ଜୀକୃତ ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri