ଆଜି ରାଜ୍ୟରୁ ୧୦,୪୮୯ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦,୪୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୧୪,୪୦୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬,୦୮୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୪୦୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୯୮୨ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରରୁ ୧୪୪୭ ଏବଂ କଟକରୁ ୭୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୫୮, ବାଲେଶ୍ୱର ୪୩୩, ବରଗଡ଼ ୧୬୬, ଭଦ୍ରକ ୧୧୮, ବଲାଙ୍ଗୀର ୨୩୮, ଦେବଗଡ଼ ୪୪, ଢେଙ୍କାନାଳ ୭୦, ଗଜପତି ୧୦୯, ଗଞ୍ଜାମ ୯୨, ଜଗତସିଂହପୁର ୨୦୭, ଯାଜପୁର ୧୯୫, ଝାରସୁଗୁଡ଼ା ୨୨୫, କଳାହାଣ୍ଡି ୧୬୩, କନ୍ଧମାଳ ୫୬, କେନ୍ଦ୍ରାପଡ଼ା ୯୦, କେନ୍ଦୁଝର ୧୦୫, କୋରାପୁଟ ୧୬୨, ମାଲକାନଗିରି ୫୫, ମୟୂରଭଞ୍ଜ ୩୮୩, ନବରଙ୍ଗପୁର ୧୫୯, ନୟାଗଡ଼ ୧୯୩, ନୂଆପଡ଼ା ୧୦୮, ପୁରୀ ୧୯୮, ରାୟଗଡ଼ା ୨୫୩, ସମ୍ବଲପୁରରୁ ୩୮୩ ଏବଂ ସୋନପୁରରୁ ୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୭୦୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୧୪,୪୦୧ରେ ପହଞ୍ଚିଥିବା ବେଳେ ୧୦,୬୦,୦୬୭ ଜଣ ସୁସ୍ଥ ହୋଇଛନ୍ତି। ୭୫୭୯୭ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮,୪୮୪କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସକୁ ମିଳିବ ୨୦ ହଜାର

ଭୁବନେଶ୍ୱର,୧୪ା୧(ଅନିଲ ଦାସ): ଦେଶର ଜରୁରିକାଳୀନ ପରିସ୍ଥିତିରେ ମେଣ୍ଟେନାନ୍ସ ଅଫ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ (ମିସା), ଡିଫେନ୍ସ ଅଫ ଇଣ୍ଡିଆନ (ଡିଆଇଆର) ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ...

କଂସବଧ ସହ ସରିଲା ୧୧ଦିନ ବ୍ୟାପି ଧନୁଯାତ୍ରା

ମଥୁରାନଗରୀ,୧୩।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ ବ୍ୟାପି ହୋଇଥିବା ଏହି ମହୋତ୍ସବରେ କଂସବଧ ଦୃ୍ଯାଭିନୟ...

ମିଟର ଖରାପଅଛି କହି ପକାଇଥିଲେ ଫାଇନ୍‌ : ରାଗିଗଲେ ଗ୍ରାମବାସୀ, ବିଦ୍ୟୁତ୍‌ ଭିଜିଲାନ୍ସ ଟିମ୍‌ ଅଧିକାରୀଙ୍କ ସମେତ ୫ଙ୍କୁ ରଖିଲେ ଅଟକ

ଦିଗପହଣ୍ଡି,୧୩ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ସାହାସପୁର ଗ୍ରାମରେ ବିଦ୍ୟୁତ୍‌ ଭିଜିଲାନ୍ସ ବିଭାଗ ଅଧିକାରୀମାନଙ୍କୁ ସୋମବାର ଗ୍ରାମବାସୀ ଅଟକ ରଖିଥିଲେ। ଖବରପାଇ ଘଟଣା...

ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ, ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଆବେଦନ

ଭୁବନେଶ୍ୱର,୧୩।୧: ଅମଳ ପରବର୍ତ୍ତୀ ଫସଲ କ୍ଷତି ଆକଳନ କାର୍ଯ୍ୟ ଶେଷ ହୋଇଛି । ସୋମବାର ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ମୋଟ...

ବିଧାୟକରୁ ମୁଖ୍ୟମନ୍ତ୍ରୀ ହେବା ପରେ ବି ଭୁଲି ନାହାଁନ୍ତି ପାପ ନାସିନି ବୈତରଣୀକୁ

ପାଟଣା,୧୩।୧(ବୀର କିଶୋର ଦାଶ): ମଙ୍ଗଳ ବାର ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ...

ଦିଲ୍ଲୀରୁ ଓଡ଼ିଆରେ ନବୀନଙ୍କୁ ଟାର୍ଗେଟ କଲେ ମୋଦି, ସମସ୍ତେ କାବା!

ନୂଆଦିଲ୍ଲୀ,୧୩।୧: ଆୟୁଷ୍ମାନ ଭାରତ ଯୋଜନା ପାଇଁ ସୋମବାର ଏମଓୟୁ ସ୍ବାକ୍ଷର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।...

ଧାନ ବିକ୍ରି ପରେ ବି ମିଳୁନି ଚାଷୀଙ୍କୁ ପ୍ରାପ୍ୟ: କଳାହାଣ୍ଡିରେ ତେଜିଲା ଚାଷୀ ଆନ୍ଦୋଳନ

କର୍ଲାମୁଣ୍ଡା:୧୩।୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଚାଲିଥିବା ରେଗଡ଼ା ମଣ୍ଡିରେ ଚାଷୀ ଧାନ ବିକ୍ରି...

ଲେବୁଲ୍‌ କ୍ରସିଂରୁ ବୋଲେରୋକୁ କାବୁକଲା ଅବକାରୀ ବିଭାଗ: ମିଳିଲା ପୁଳାପୁଳା ଘଞ୍ଜେଇ

ନିରାକାରପୁର,୧୩।୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ନିରାକାରପୁର ଥାନା ନାକତଳୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri