ଭୁବନେଶ୍ୱର,୧୭ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୧୦,୪୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୧୪,୪୦୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୬,୦୮୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୪୦୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୯୮୨ ଜଣ ଶିଶୁ ବି ଅଛନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରରୁ ୧୪୪୭ ଏବଂ କଟକରୁ ୭୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୧୫୮, ବାଲେଶ୍ୱର ୪୩୩, ବରଗଡ଼ ୧୬୬, ଭଦ୍ରକ ୧୧୮, ବଲାଙ୍ଗୀର ୨୩୮, ଦେବଗଡ଼ ୪୪, ଢେଙ୍କାନାଳ ୭୦, ଗଜପତି ୧୦୯, ଗଞ୍ଜାମ ୯୨, ଜଗତସିଂହପୁର ୨୦୭, ଯାଜପୁର ୧୯୫, ଝାରସୁଗୁଡ଼ା ୨୨୫, କଳାହାଣ୍ଡି ୧୬୩, କନ୍ଧମାଳ ୫୬, କେନ୍ଦ୍ରାପଡ଼ା ୯୦, କେନ୍ଦୁଝର ୧୦୫, କୋରାପୁଟ ୧୬୨, ମାଲକାନଗିରି ୫୫, ମୟୂରଭଞ୍ଜ ୩୮୩, ନବରଙ୍ଗପୁର ୧୫୯, ନୟାଗଡ଼ ୧୯୩, ନୂଆପଡ଼ା ୧୦୮, ପୁରୀ ୧୯୮, ରାୟଗଡ଼ା ୨୫୩, ସମ୍ବଲପୁରରୁ ୩୮୩ ଏବଂ ସୋନପୁରରୁ ୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୭୦୭।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୧୪,୪୦୧ରେ ପହଞ୍ଚିଥିବା ବେଳେ ୧୦,୬୦,୦୬୭ ଜଣ ସୁସ୍ଥ ହୋଇଛନ୍ତି। ୭୫୭୯୭ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮,୪୮୪କୁ ବୃଦ୍ଧି ପାଇଛି।