ମତଦାନ କଲେ ୧୦୫ ବର୍ଷୀୟା ବୃଦ୍ଧା

ମୁଜଫରପୁରନଗର,୧୦।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶୀତୁଆ ସକାଳରେ ପୁଲିଂ ବୁଥ୍‌ଗୁଡ଼ିକରେ ଭୋଟରମାନେ ଲମ୍ବା ଲାଇନରେ ଆସି ନିଜର ପ୍ରତିନିଧିଙ୍କୁ ବାଛିବା ପାଇଁ ମତଦାନ ସାବ୍ୟସ୍ତ କରିଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶ ମୁଜଫରପୁନଗରରୁ ଏକ ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୧୦୫ବର୍ଷୀୟା ବୃଦ୍ଧା ପୁଲିଂ ବୁଥ୍‌କୁ ଆସି ମତଦାନ କରିଥିବା ଦେଖିବାକୁ ମିଳିଛି। ମତଦାନ କରିବା ପରେ ବୃଦ୍ଧା ଜଣଙ୍କ କହିଛନ୍ତି, ବିକାଶ ଓ ସୁରକ୍ଷା ପାଇଁ ସେ ମତଦାନ କରିଛନ୍ତି। ବୃଦ୍ଧାଜଣଙ୍କ ଭୋଟ ଦେଇ ମତଦାନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସେ ସମସ୍ତଙ୍କୁ ସଚେତନ କରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ ସବୁମହଲରେ ପ୍ରଶଂସା କରାଯାଇଛି।

Share