Advertisement

୧୦୫୫ ପ୍ରାର୍ଥତ୍ପତ୍ର ଖାରଜ, ୧୪, ୮୭୧କାଏମ୍‌

ବାଲେଶ୍ୱର ଅଫିସ, ୨୪।୧: ବାଲେଶ୍ୱର ଜିଲାରେ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୧୦୫୫ ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ୧୪, ୮୭୧ କାଏମ୍‌ ରହିଛି। ସୋର, ସିମୁଳିଆ, ସଦର, ଜଳେଶ୍ୱର, ନୀଳଗିରି, ବାଲିଆପାଳ, ଭୋଗରାଇ, ଔପଦା, ରେମୁଣା, ବସ୍ତା, ଖଇରା ଓ ବାହାନଗା ମୋଟ୍‌ ୧୨ଟି ବ୍ଲକର ୪୮୭୦ ୱାର୍ଡ଼ ପାଇଁ ୧୨ହଜାର ୨୭୯ ଜଣ ୱାର୍ଡ଼ମେମ୍ବର ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ୫୬୧ଜଣଙ୍କର ପ୍ରାର୍ଥତ୍ପତ୍ର ନାକଚ ହୋଇଯାଇଛି। ୧୧ହଜାର ୭୧୮ ଜଣଙ୍କର ପ୍ରାର୍ଥତ୍ପତ୍ର କାଏମ ରହିଛି। ସେହିପରି ମୋଟ୍‌ ୩୫୬ ପଞ୍ଚାୟତ ପାଇଁ ୧୮୯୨ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୬୩ଜଣଙ୍କର ନାକଚ ହୋଇଥିବା ବେଳେ ୧୬୨୯ ପ୍ରାର୍ଥତ୍ପତ୍ର କାଏମ୍‌ ରହିଛି। ୩୫୬ ପଞ୍ଚାୟତ ପାଇଁ ୧୫୧୪ ଜଣ ସମିତିସଭ୍ୟ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୬୬ ନାକଚ ହୋଇଥିବା ବେଳେ ୧୩୪୮ ପ୍ରାର୍ଥତ୍ପତ୍ର କାଏମ୍‌ ରହିଛି। ଜିଲାର ୪୫ ଜିଲାପରିଷଦ ଜୋନ୍‌ ପାଇଁ ମୋଟ୍‌ ୨୪୪ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ୬୫ଜଣଙ୍କର ପ୍ରାର୍ଥତ୍ପତ୍ର ନାକଚ ହୋଇଥିବା ବେଳେ ୧୭୯ ପ୍ରାର୍ଥତ୍ପତ୍ର କାଏମ୍‌ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel