ରାଜ୍ୟରେ ୧,୦୫୮ କରୋନା ପଜିଟିଭ୍‌ ଚିହ୍ନଟ; ୧୮ ବର୍ଷ ମଧ୍ୟରେ ୧୩୮ ଆକ୍ରାନ୍ତ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣଙ୍କ ବୟସ ୧୮ ବର୍ଷ ବୟସ ମଧ୍ୟରେ ଥିବା ଜଣାପଡ଼ିଛି। ଏହାଛଡ଼ା ୬୧୬ କ୍ୱାରାଣ୍ଟାଇନ୍‌ ଏବଂ ୪୪୨ଟି ଲୋକାଲ କେସ୍‌ ରହିଛି। ତେବେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୭୬ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୬୨, ଅନୁଗୋଳରୁ ୩୨, ବାଲେଶ୍ୱରରୁ ୩୮, ବରଗଡ଼ରୁ ୧୧, ଭଦ୍ରକରୁ ୩୨, ବଲାଙ୍ଗୀରରୁ ୨, ବୌଦ୍ଧରୁ ୩, ଦେବଗଡ଼ରୁ ୫, ଢ଼େଙ୍କାନାଳରୁ ୧୮, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୭୭, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୩୨, କେନ୍ଦୁଝରରୁ ୪, କୋରାପୁଟରୁ ୪, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୩୭, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୫, ପୁରୀରୁ ୨୬, ରାୟଗଡ଼ାରୁ ୪, ସମ୍ବଲପୁରରୁ ୬, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୧୭ ଏବଂ ଷ୍ଟେଟ୍‌ ପୁଲରୁ ୮୨ଜଣ ଚିହ୍ନଟ ହୋଇଛନ୍ତି। ଅନେକ ଦିନ ପରେ ଗଜପତି ଜିଲାରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଦେଖାଯାଇଛି। ଏହି ନୂଆ ପଜିଟିଭ୍‌ଙ୍କ ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୫୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୭ ହଜାର ୧୯୭ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦ହଜାର ୪୨୮ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share