୨୦୨୦ରେ ତାଲିବାନ ପକେଟକୁ ଯାଇଛି ୧୦୬ କୋଟି ଡଲାର…

କାବୁଲ,୧୭।୮: ଶକ୍ତିଶାଳୀ ଆମେରିକା ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପଳାୟନ କରିବାକୁ ପଡ଼ିଛି। ତାଲିବାନର ଶକ୍ତିଶାଳୀ ଆର୍ଥିକ ଅବସ୍ଥା ମଧ୍ୟ ଏହା ପଛର ଏକ କାରଣ। ଏହା ଯୋଗୁ ଆଫଗାନିସ୍ତାନ ସରକାର ଆତଙ୍କବାଦୀ ସଂଗଠନକୁ ଅଟକାଇବାରେ ବିଫଳ ହୋଇଛନ୍ତି। ନାଟୋର ଏକ ଗୁପ୍ତ ରିପୋର୍ଟ ଅନୁସାରେ ତାଲିବାନ ୨୦୨୦ରେ ୧୦୬ କୋଟି ଆମେରିକୀୟ ଡଲାର ରୋଜଗାର କରିଥିଲା। ଯେତେବେଳେ ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ ଦେଶର ୪ କୋଟି ଲୋକଙ୍କ ପାଇଁ ବଜେଟ ୫୫୫ କୋଟି ଡଲାର ଥିଲା। ଏହାର ଚାରି ବର୍ଷ ପୂର୍ବରୁ ଫୋର୍ବସ ତାଲିବାନର ଆୟ ୪୦ କୋଟି ଡଲାର ବୋଲି ଆକଳନ କରିଥିଲା। ତାଲିବାନ ଆତଙ୍କବାଦୀଙ୍କ ସଂଖ୍ୟା ୬୦ ରୁ ୮୫ ହଜାର ମଧ୍ୟରେ ଥିବାବେଳେ ସଂଗଠନର ଆୟ ୧୦୬ କୋଟି ଡଲାର ରହିଛି। ସଂଗଠନ ମାଦକ ଦ୍ରବ୍ୟ ଏବଂ ଇସଲାମୀ ଟିକସ ବାବଦରେ ଦେଶର ବଜେଟର ୨ ପ୍ରତିଶତ ରୋଜଗାର କରିଥିଲା।
ନିଶାଦ୍ରବ୍ୟରୁ ସଂଗଠନ ରୋଜଗାର ୪୧.୬ କୋଟି ଡଲାର ସଂଗ୍ରହ କରିଥିବାବେଳେ ଇସଲାମୀ ଟିକସ ବାବଦରେ ୧୬ କୋଟି ଡଲାର ସଂଗ୍ରହ କରିଥିଲା। ଲୋକଙ୍କ ଦୋକାନ, ଖଣି ଖନନ, କମ୍ପାନୀ ଏବଂ ବିକାଶ ପ୍ରକଳ୍ପ ପର୍ଯ୍ୟନ୍ତ ଟିକସ ସଂଗ୍ରହ ତାଲିବାନ ପକ୍ଷରୁ କରାଯାଇଥିବା ଜାତିସଂଘ ୨୦୨୦ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share