ନୂଆଦିଲ୍ଲୀ,୬।୭: ନିକଟରେ ଦିଲ୍ଲୀରେ ଜଣେ ୧୦୬ ବର୍ଷୀୟ ବୃଦ୍ଧ କରୋନା ଲଢେଇରେ ଜିତିଛନ୍ତି। ୧୯୧୮ରେ ବ୍ୟାପିଥିବା ସ୍ପାନିଶ୍ ଫ୍ଲୁ ସମୟରେ ଉକ୍ତ ବୃଦ୍ଧ ଜଣଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ବୃଦ୍ଧଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ସ୍ପାନିଶ୍ ଫ୍ଲୁ ଦେଖିଥିବା ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା, ଦିଲ୍ଲୀରେ ପ୍ରଥମ ଘଟଣା। ବୃଦ୍ଧ ଜଣଙ୍କ କେବଳ କରୋନାରୁ ସୁସ୍ଥ ହୋଇନାହାନ୍ତି ତାଙ୍କ ୭୦ ବର୍ଷୀୟ ପୁଅ ତୁଳନାରେ ସେ ଅଧିକ ଶୀଘ୍ର ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ, ଆଜିକୁ ପ୍ରାୟ ୧୦୨ ବର୍ଷ ତଳେ ସାରା ବିଶ୍ୱରେ ସ୍ପାନିଶ୍ ଫ୍ଲୁ ବ୍ୟାପିଥିଲା। ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ଲୋକେ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ। ପ୍ରାୟ ୬ ଲକ୍ଷ ୭୫ ଲୋକ ଏହି ରୋଗରେ ମୃତ୍ୟୁବରଣ କରିଥିଲେ।