Categories: ଜାତୀୟ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଏଥର ବି ପ୍ରସ୍ତୁତ ୧୦୬ ବର୍ଷିୟ କହ୍ନେୟା ଲାଲ

ଲକ୍ଷ୍ନୌ,୨୪ ।୧: ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ୨୦୨୨ ବିଧାନସଭା ନିର୍ବାଚନ ଲାଗି ୧୦୬ ବର୍ଷିୟ ମତଦାତା ୩୬ଥର ଲାଗି ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । ନର୍ଥ ଇଷ୍ଟ ରେଲୱେ ମଜଦୁର ୟୁନିୟନ(ଏନ୍‌ଇଆର୍‌ଏମ୍‌ୟୁ)ର ମହାସଚିବ କହ୍ନେୟା ଲାଲ ଗୁପ୍ତା ୧୯୫୨ରୁ ଭୋଟ ଦେଇ ଆସୁଛନ୍ତି । ଗୋରଖପୁର ବାସିନ୍ଦା ଶ୍ରୀ ଗୁପ୍ତା ସବୁଠାରୁ ପୁରୁଣା ପଞ୍ଜିକୃତ ମତଦାତାଙ୍କ ମଧ୍ୟରୁ ଅନ୍ୟତମ । ଏହାସହ ସେ ୬୦ ଥର ଏନ୍‌ଇଆର୍‌ଏମ୍‌ୟୁରୁ ନିର୍ବାଚନ ଲଢି ସାରିଛନ୍ତି । ଗୁପ୍ତା କହିଛନ୍ତି ଯେତେବେଳେ ସେ ପ୍ରଥମଥର ୧୯୫୧ରେ ଭୋଟ ଦେଇଥିଲେ ସେତେବେଳେ ସେ ଗର୍ବ ଅନୁଭବ କରିଥିଲେ । ସେତେବେଳେ ସେ ତାଙ୍କ ଆଙ୍ଗୁଠିରେ ଲାଗିଥିବା କାଳି ଚିହ୍ନକୁ କିଛିଦିନ ପର୍ଯ୍ୟନ୍ତ ଫିକା ହେବାକୁ ବି ଦେଇ ନ ଥିଲେ ।

Share