ଆଜି ରାଜ୍ୟରୁ ୧୦୬୩୫ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୧୦୬୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୩୪,୮୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୦୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୬୨୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୪୩ ଏବଂ କଟକରୁ ୮୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୫୫୯, ବାଲେଶ୍ୱର ୩୦୧, ବରଗଡ଼ ୪୪୩, ଭଦ୍ରକ ୧୦୦, ବଲାଙ୍ଗୀର ୩୧୮, ବୌଦ୍ଧ ୧୭୯, ଦେବଗଡ଼ ୧୩୭, ଢେଙ୍କାନାଳ ୧୪୬, ଗଜପତି ୧୦୧, ଗଞ୍ଜାମ ୨୬୬, ଜଗତସିଂହପୁର ୧୪୦, ଯାଜପୁର ୨୯୦, ଝାରସୁଗୁଡ଼ା ୪୫୬, କଳାହାଣ୍ଡି ୪୬୯, କନ୍ଧମାଳ ୭୩, କେନ୍ଦ୍ରାପଡ଼ା ୧୧୭, କେନ୍ଦୁଝର ୧୯୩, କୋରାପୁଟ ୧୨୭, ମାଲକାନଗିରି ୭୯, ମୟୂରଭଞ୍ଜ ୧୭୯, ନବରଙ୍ଗପୁର ୩୩୬, ନୟାଗଡ଼ ୨୫୩, ନୂଆପଡ଼ା ୩୨୪, ପୁରୀ ୪୩୪, ରାୟଗଡ଼ା ୧୫୮, ସମ୍ବଲପୁରରୁ ୬୪୧ ଏବଂ ସୋନପୁରରୁ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୭୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫,୩୪,୮୪୨ରେ ପହଞ୍ଚିଥିବା ବେଳେ ୪,୩୯,୩୨୨ଜଣ ସୁସ୍ଥ ହୋଇଛନ୍ତି। ୯୩,୨୮୭ ଜଣ ଚିକିିତ୍ସିତ ହେଉଛନ୍ତି।

Share