Categories: ବାଣିଜ୍ୟ

ସୋନାଲିକାର ୧୦,୬୮୩ ଟ୍ରାକ୍ଟର ବିକ୍ରି

ଭୁବନେଶ୍ୱର,୫।୮: ଭାରତର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର ଚଳିତ ଆର୍ଥିକ ବର୍ଷର ୪ର୍ଥ ମାସରେ ମଧ୍ୟ ୫୦,୦୦୦ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛି। ୨୦୨୩ ଜୁଲାଇରେ କମ୍ପାନୀର ମୋଟ ୧୦,୬୮୩ ଟ୍ରାକ୍ଟର ବିକ୍ରି ହୋଇଛି; ଯେଉଁଥିରେ ୧୪% ଘରୋଇ ଅଭିବୃଦ୍ଧି ଅନ୍ତର୍ଭୁକ୍ତ ରହିଛି ଏବଂ ଏହା ଶିଳ୍ପ ଅଭିବୃଦ୍ଧି (ଆନୁମାନିକ ୬.୪%) କୁ ମଧ୍ୟ ପଛରେ ପକାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷ (ଏପ୍ରିଲ-ଜୁଲାଇ ୨୦୨୩) ର ପ୍ରଥମ ୪ ମାସରେ ୫୦,୦୦୦ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛି ା ସେହିଭଳି ସୋନାଲିକା ଟ୍ରାକ୍ଟର ୨୦-୧୨୦ଏଚ୍‌ପିରେ ସବୁଠାରୁ ବ୍ୟାପକ ହେଭି ଡ୍ୟୁଟି ଟ୍ରାକ୍ଟର ରେଞ୍ଜ ଆରମ୍ଭ କରିଥିବାରୁ ଏହା ସମଗ୍ର କୃଷି ସମୁଦାୟକୁ ଗ୍ରହଣ କରିବା ପାଇଁ ସମର୍ଥନ କରି ଆସୁଛି। ବିଶେଷକରି ଟେକ୍ନୋଲୋଜିରେ ସମୃଦ୍ଧ ଏହି ଟ୍ରାକ୍ଟରଗୁଡ଼ିକ କୃଷକମାନଙ୍କୁ ସମସ୍ତ କୃଷି ସମ୍ବନ୍ଧିତ ଜଟିଳତାକୁ ଆରାମରେ ଅତିକ୍ରମ କରିବା ଲାଗି ଡିଜାଇନ କରାଯାଇଛି। ଏପରିକି ଟ୍ରାକ୍ଟର କିଣିବା ପ୍ରକ୍ରିୟାରେ ସ୍ପଷ୍ଟତା ରଖିବା ପାଇଁ କମ୍ପାନୀର ସମଗ୍ର ଟ୍ରାକ୍ଟର ମୂଲ୍ୟ ରେଞ୍ଜକୁ ଅଫିସିଆଲ ୱେବ୍‌ସାଇଟରେ ମଧ୍ୟ ଉଲ୍ଲେଖ କରାଯାଇଛି।
ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି,୨୦୨୩ ଜୁଲାଇରେ କମ୍ପାନୀ ମୋଟ ୧୦,୬୮୩ ଟ୍ରାକ୍ଟର ବିକ୍ରି କରିବାରେ ସକ୍ଷମ ହୋଇଛି। ଏପରିକି ୧୪% ଘରୋଇ ଅଭିବୃଦ୍ଧି ସହ ଆମେ ଶିଳ୍ପ ଅଭିବୃଦ୍ଧି (ଆନୁମାନିକ ୬.୪%) କୁ ପଛରେ ପକାଇଛୁ ଏବଂ ୨୦୨୩ ଏପ୍ରିଲରୁ ଜୁଲାଇ ମଧ୍ୟରେ କ୍ରମାଗତ ୪ମାସ ଲାଗି ୫୦,୦୦୦ ଟ୍ରାକ୍ଟର ବିକ୍ରି ଅତିକ୍ରମ କରିଛୁ। ବିଶେଷକରି ବ୍ରାଣ୍ଡ୍‌ ପାଇଁ ଏଭଳି ଭଲପାଇବା ଆମକୁ ପ୍ରତ୍ୟେକଥର ଶ୍ରେଷ୍ଠଠାରୁ ଆହୁରି ସର୍ବଶ୍ରେଷ୍ଠ ହେବା ଏବଂ ଭାରତୀୟ କୃଷକଙ୍କର ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ଦ୍ରୁତଭାବେ ଅତ୍ୟାଧୁନିକ କୃଷି ଟେକ୍ନୋଲୋଜି ପ୍ରସ୍ତୁତ କରିବା ଲାଗି ଅନୁପ୍ରାଣିତ କରୁଛି।

Share