ରାଜ୍ୟରେ ୧,୦୭୮ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ କରୋନା ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୧,୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨୬ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି ୪୫୨ଟି ହେଉଛି ଲୋକାଲ କେସ। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୭୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୪୭ ଜଣ ଚିହ୍ନଟ ହୋଇଛନ୍ତି।
୧,୦୭୮ଟି ନୂଆ କେସ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୭୨ହଜାର ୭୧୦ ଜଣ ସୁସ୍ଥ ହୋଇସାରିଛନ୍ତି। ୧୦ ହଜାର ୬୮୨ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Share