ଚିତ୍ରକୋଣ୍ଡାରେ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୧୧।୧୨: ଦୀର୍ଘଦିନର ଅପେକ୍ଷା ପରେ ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ୧୦୮ ଆମ୍ବୁଲାନ୍ସ ସେବା। ଚିତ୍ରକୋଣ୍ଡା ଲଞ୍ଚ ଘାଟଠାରେ ୧୦୮ ଆମ୍ବୁଲାନ ବୋଟ ସେବାକୁ ଉଦ୍‌ଘାଟନ କରିଛନ୍ତି ମାଲକାନଗିରି ଜିଲାପାଳ ଓଆଇ ବିଜୟ। ଏହି ଅବସରରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଫୁଲ କୁମାର ନନ୍ଦ, ବିଡିଓ ଲାରୀମାନ ଖରସେଲ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବରୁ ରାଜ୍ୟର କେନ୍ଦ୍ରପଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲାରେ ବୋଟ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି। ଏହି ସେବା ପାଇଁ ଚିତ୍ରକୋଣ୍ଡାରେ ଦୁଇଟି ବୋଟ ବ୍ୟବହାର କରାଯିବ। ସ୍ବାଭିମାନ ଅଞ୍ଚଳର କୁଂତୁରପଦର ଓ ଅରାପଦରଠାରେ ଦୁଇଟି ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି।

Share