ରୋଗୀଙ୍କୁ ନେଇ ଯାଉଥିବା ବେଳେ ଫାଟିଲା ୧୦୮ ଆମ୍ବୁଲାନ୍ସ ଚକା

ନୀଳଗିରି, ୨୫।୪(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ମେଡିକାଲରୁ
ରୋଗୀ ନେଇ ଯାଉଥିବା ବେଳେ ଅଧାବାଟରେ ୧୦୮ ଆମ୍ବୁଲାନ୍ସ ଚକା ଫାଟିଯାଇଛି। ହେଲେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀ ଏବଂ ଆମ୍ବୁଲାନ୍ସ କର୍ମଚାରୀ।

ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ବରହମପୁର ମେଡିକାଲରେ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ଥିବା ରୋଗୀଙ୍କୁ ନୀଳଗିରି ଉପଖଣ୍ଡ ମେଡିକାଲକୁ ନିଆଯାଉଥିଲା। ହେଲେ ୧୯ନମ୍ବର ରାଜ୍ୟ ରାଜପଥ ସଜନାଗଡ଼ ବଜାର ନିକଟରେ ଆମ୍ବୁଲାନ୍ସର ଚକା ଫାଟି ଯାଇଥିଲା। ହେଲେ ଆମ୍ବୁଲାନ୍ସ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ସେତିକିବେଳେ ଉକ୍ତ ରାସ୍ତାଦେଇ ଯାଉଥିବା ଏକ ଜନନୀ ଆମ୍ବୁଲାନ୍ସରେ ରୋଗୀଙ୍କ ପରିବାର ଲୋକେ ସାହାଯ୍ୟ ମାଗି ନୀଳଗିରି ମେଡିକାଲରେ ପହଞ୍ଚିଥିଲେ। ହେଲେ ରାତିରୁ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ଛିଡା ହୋଇଛି। ପୂର୍ବରୁ ଆମ୍ବଲାନ୍ସ ଚକାର ସ୍ଥିତି ଖରାପ ଥିବା ନେଇ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ। ରୋଗୀଙ୍କ ଜୀବନ ସହ ନ ଖେଳି ଘଟଣାକୁ ଜିଲା ପ୍ରଶାସନ ଗୁରୁତ୍ୱର ସହ ନେବାକୁ ସାଧାରଣରେ ଦାବି ହୋଇଛି।

Share