
ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ):ଗଞ୍ଜାମ ସହର ଗ୍ରାସୀମ କମ୍ପାନୀ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶନିବାର ୧୦୮ ହନୁମାନ ଚାଳିଶା ଅନୁଷ୍ଠିତ ହୋଇଥିଲା l ରାମନାମରେ ପ୍ରକମ୍ପିତ ହୋଇଥିଲା ହନୁମାନଙ୍କ ପୀଠ। ମନ୍ଦିର ପୂଜକ ମହେଶ କୁମାର ଆଚାର୍ଯ୍ୟ, ପୁରୋହିତ ଚିନ୍ମୟ ଷଡଙ୍ଗୀ, ନୃସିଂହ ପୂଜକ ରାଜେନ୍ଦ୍ର ରଥ ପ୍ରମୁଖଙ୍କ ଦ୍ୱାରା ଅର୍ପଣ ଓ ହୋମ କାର୍ଯ୍ୟ ସମ୍ପର୍ଣ ହୋଇଥିଲା। ଗାୟକ ରମେଶ ଚନ୍ଦ୍ର ପଲାଇ, ମୋହନ ସରୋଜ ତରାଇ, ମୃଦଙ୍ଗ ବlଦକ ନବ ନାହାକ ପ୍ରମୁଖ ଉପସ୍ଥିତ ରହି ୧୦୮ ଚାଳିଶା ଗାନ କରିଥିଲେ l ସାହୁ ଓ ପ୍ରଧାନ ପରିବାର ସହଯୋଗ ପରିଚାଳନା କରିଥିଲେ l ପ୍ରତିବର୍ଷ ଉକ୍ତ ପୀଠରେ ୧୦୮ ହନୁମାନ ଚାଳିଶା ଅନୁଷ୍ଠିତ ହୋଇ ଆସୁଥିବା ଜଣାପଡିଛି l