ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ…

ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡରେ ରହୁଥିବା ସୁ ୱେଷ୍ଟହେଡଙ୍କ ଠାରେ ଏପରି ଘଟଣା ଦେଖିବାକୁ ମିଳିଛି। ଏପରି ବିରଳ ଘଟଣା ଦେଖି ଡାକ୍ତରମାନେ ମଧ୍ୟ ତାଜୁବ ହୋଇଛନ୍ତି।

ସୂଚନାଥାଉ କି, ସୁ ଯେତେବେଳେ ୧୨-୧୩ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ଠାରେ କିଡନୀ ଜନିତ ସମସ୍ୟା ଆରମ୍ଭ ହୋଇଥିଲା। କମ୍‌ ବୟସରେ ତାଙ୍କର ଡାଏଲିସିସ ଆରମ୍ଭ ହୋଇ ଯାଇଥିଲା। ପରେ ଯେତେବେଳେ ତାଙ୍କୁ ୨୫ ବର୍ଷ ହୋଇଥିଲା ତାଙ୍କ କିଡନୀ ସମ୍ପର୍ଣ୍ଣ ଖରାପ ହୋଇଯାଇଥିଲା। ସେତେବେଳେ ଡାକ୍ତର ସୁ’ଙ୍କ ଠାରେ ତାଙ୍କ ମା’ଙ୍କ କିଡନୀ ପ୍ରତିରୋପଣ କରିଥିଲେ। ୧୯୭୩ ଜୁଲାଇରେ ରୟାଲ ଭିକ୍ଟୋରିଆ ଇନଫର୍ମାରିରେ ଏହି ଅସ୍ତ୍ରୋପଚାର ହୋଇଥିଲା। କହିରଖୁଛୁ କି,୧୯୮୫ରେ ଏକ ସଡ଼କ ଦୁର୍ଘଟଣାରେ ୬୯ବର୍ଷ ବୟସରେ ସୁ’ଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ଯଦି ମାଆ ଆଜି ବଞ୍ଚିଥାନ୍ତେ ତେବେ ତାଙ୍କୁ ୧୦୮ ବର୍ଷ ହୋଇଥାନ୍ତା, ଏପରି କହି ଭାବୁକ ହୋଇଛନ୍ତି ଝିଅ ସୁ।

ବର୍ତ୍ତମାନ ଏହି ଅପରେଶନକୁ ପଚାଶ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଅସୁବିଧା ହୋଇନାହିଁ। ଆଜି ବି ତାଙ୍କ ଶରୀରରେ ତାଙ୍କ ମାଆଙ୍କ ୧୦୮ ବର୍ଷର କିଡନୀ ଭଲ କାମ କରୁଛି। ଏହି ମାମଲା ବିଷୟରେ ଜାଣିବା ପରେ ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ କିଡନୀ ଟ୍ରାନ୍ସପ୍ଲାଣ୍ଟ କେବଳ ୨୦ ବର୍ଷ ପର୍ଯ୍ୟନ୍ତ କାମ କରିଥାଏ।

ସୁ କହିଛନ୍ତି, ମୋ ମାଆ ନ ଥିଲେ ମୁଁ ବଞ୍ଚିପାରି ନ ଥାନ୍ତି। ସେ ମୋତେ ଏକ ନୂଆ ଜୀବନ ଦେଇଛି। ଏବେ ବି ସେ ମୋ ସହ ଅଛି। ବଞ୍ଚିଥିଲେ ତାଙ୍କୁ ୧୦୮ବର୍ଷ ହୋଇଥାନ୍ତା।
ଏକ ସାମାଜିକ ବାର୍ତ୍ତା ମଧ୍ୟ ଦେଇ ସେ ଆହୁରି କହିଛନ୍ତି, ଯଦି କେହି ନିଜ ପ୍ରିୟଜନଙ୍କୁ କିଡନୀ ଦାନ କରିବାକୁ ଚିନ୍ତା କରୁଛନ୍ତି, ତେବେ ନିଶ୍ଚିତ ଭାବରେ କରନ୍ତୁ। ଆପଣ ସେହି ବ୍ୟକ୍ତି ଏବଂ ତାଙ୍କ ପରିବାରକୁ କେତେ ଖୁସି ଆଣିଦେବ ଯିଏ ଡାଏଲିସିସ ସହିତ ବନ୍ଧା ହୋଇ ଏକ ଦୁଖଦ ଜୀବନ ଅତିବାହିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri