Categories: ଜାତୀୟ

କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଏଣିକି ମିଳିବ ୧୦୯….

ନୂଆଦିଲ୍ଲୀ, ୧୧।୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୧୦୯ ପ୍ରକାରର ଫସଲର ଉନ୍ନତ ବିହନର କିସମ୍‌ ଜାରି କରିଛନ୍ତି । ଏହି ବିହନ ଜଳବାୟୁ ଅନୁକୂଳ ଏବଂ ଜୈବ ସଶକ୍ତ । ପ୍ରଧାନମନ୍ତ୍ରୀ ଏନେଇ କୃଷକ ଏବଂ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି । ଏହି କିସମର ବିହନ କୃଷକଙ୍କୁ କମ୍‌ ପରିଶ୍ରମରେ ଅଧିକ ଉତ୍ପାଦନ ଦେବା ସହିତ ପର୍ଯ୍ୟାବରଣ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି ।

ଫସଲର ଏହି ଉନ୍ନତ କିସମ ବିହନର ମହତ୍ତ଼୍ବକୁ ନେଇ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । କୃଷକମାନେ ଏହି ବିହନ ସେମାନଙ୍କ ପାଇଁ ଖର୍ଚ୍ଚ କମ୍‌ କରିବା ସହିତ ପର୍ଯ୍ୟାବରଣକୁ ଭଲ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ବାଜରାର ଉଦାହରଣ ଦେଇ କହିଛନ୍ତି ଯେ, ଲୋକେ ଏବେ ପୁଷ୍ଟିକର ଖାଦ୍ୟ ଆଡ଼କୁ ଢ଼ଳୁଛନ୍ତି । ପ୍ରାକୃତିକ ପଦ୍ଧତିରେ ଚାଷ ଏବଂ ଜୈବିକ ପଦ୍ଧତିରେ ଚାଷକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜୈବିକ ଚାଷରେ ଉତ୍ପାଦନ ହେଉଥିବା ଖାଦ୍ୟ ପଦାର୍ଥକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ।

Share