ଏହି ରାଜ୍ୟରେ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୫।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। କରୋନା ଚେନ୍‌କୁ ଭାଙ୍ଗିବା ବିଭିନ୍ନ ରାଜ୍ୟର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବା ସହ ଅଧିକ ସଜାଗ ରହିଛନ୍ତି। ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ବୁଧବାର କେନ୍ଦ୍ର ସରକାର ଦଶମ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ରଦ୍ଦ କରିଦେଇଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରିଦେଇଛନ୍ତି। ଏହାପରେ ଅନ୍ୟ ରାଜ୍ୟଗୁଡ଼ିକ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରିଥିଲେ। ଏହିକ୍ରମରେ ଗୁରୁବାର ଉତ୍ତରପ୍ରଦେଶରେ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛନ୍ତି। ମେ’ରେ ରାଜ୍ୟର ସ୍ଥିତି ସମୀକ୍ଷା ପରେ ନୂଆ ତାରିଖ ଉପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share