ମଙ୍ଗଳବାରଠୁ ଦଶମ ବୋର୍ଡ: କଡ଼ା ସୁରକ୍ଷାରେ ପ୍ରଶ୍ନପତ୍ର

ହିଞ୍ଜିଳିକାଟୁ,୧୯।୨(ଦ୍ବିତୀକୃଷ୍ଣ ପଣ୍ଡା): ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ବାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ଶେଷ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହିଞ୍ଜିଳିକାଟୁ ବ୍ଳକର ୧୦ଟି ପରୀକ୍ଷା କେନ୍ଦ୍ରରେ ୧୯୮୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍‌ ଗିରିଧର ପ୍ରକାଶ କରିଛନ୍ତି।

ହିଞ୍ଜିଳିକାଟୁ ବ୍ଳକ ସାହାପୁର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୧୫୯, ଗଣ୍ଡଳା ଗଣେଶ ବିଦ୍ୟାପୀଠରେ ୧୭୮, କଞ୍ଚୁରୁ ଉଚ୍ଚ ବିଦ୍ୟାଳୟରେ ୧୭୮, ସାରୁ ଉଚ୍ଚ ବିଦ୍ୟାଳୟରେ ୧୩୦, ମକରଝୋଳ ଉଚ୍ଚ ବିଦ୍ୟାଳୟରେ ୧୨୨, ବୁରୁପୋଡା ଭଗବତୀ ବିଦ୍ୟାପୀଠରେ ୧୯୮, ପୋଡିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟରେ ୧୯୯, ପୌରାଞ୍ଚଳ ସରକାରୀ ଏନ୍‌ଏଏସି ଉଚ୍ଚ ବିଦ୍ୟାଳୟରେ ୧୩୧, ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟରେ ୩୭୯ ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ୩୦୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି।

କଡ଼ା ସୁରକ୍ଷା ମଧ୍ୟରେ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ଗଠନ କରାଯାଇଛି। ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ସଂଯୋଗ କରାଯାଇଛି।