Advertisement

ପରୀକ୍ଷା ଚାପରେ ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର: ମୃତଦେହ ଝୁଲୁଥିବା ଦେଖି ଘର ମାଲିକଙ୍କ ହୃଦ୍‌ଘାତରେ ମୃତ୍ୟୁ

ଜୟପୁର,୧୭।୩: ରାଜସ୍ଥାନର ଧୋଲପୁର ଜିଲାର ଜଣେ ଦଶମ ଛାତ୍ର ପରୀକ୍ଷା ଚାପ ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଏକ ଭଡା ଘରେ ଫାଶୀ ଦେଇଥିଲେ। ମୃତଦେହ ଝୁଲୁଥିବାର ଦେଖି ଘର ମାଲିକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ଘଟଣା ଧୋଲପୁରର ମାଧବାନନ୍ଦ କଲୋନୀରେ ଘଟିଛି। ଏଠାରେ ଏକ ଘରୋଇ ବିଦ୍ୟାଳୟରେ ପଢୁଥିବା ଦଶମ ଶ୍ରେଣୀର ଛାତ୍ର ପୁଷ୍ପେନ୍ଦ୍ର ରାଜପୁତ ଭଡାଘରେ ରହି ପାଠ ପଢୁଥିଲେ। ସେ କେବଳ ବୁଧବାର ଗାଁରୁ ଫେରି ରାତିରେ ଆତ୍ମହତ୍ୟା କରିଥିଲେ। ରାଜକେଡା ସବଡିଭିଜନର ରହସେନା ଗାଁର ବାସିନ୍ଦା ପୁଷ୍ପେନ୍ଦ୍ର ତାଙ୍କ ଆତ୍ମହତ୍ୟା ନୋଟରେ ପରିବାର ସଦସ୍ୟଙ୍କୁ କ୍ଷମା ମାଗିଛନ୍ତି। କୁହାଯାଉଛି ଯେ ପରୀକ୍ଷାର ଚାପରେ ଛାତ୍ର ଆତ୍ମହତ୍ୟା କରିଛନ୍ତି।
ଘର ମାଲିକ ବାହାଦୂର ସିଂ ପୁଷ୍ପେନ୍ଦ୍ରଙ୍କୁ ଝୁଲୁଥିବାର ଦେଖି ଚିତ୍କାର କରିଥିଲେ। ସେଠାରେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଡାକ୍ତରଖାନା ନେବା କ୍ଷଣି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share