ବିକ୍ରି ହୋଇପାରୁନି ଧାନ, ପାଠପଢା ଛାଡ଼ି ଧାରଣାରେ ବସିଲେ ମାଟ୍ରିକ ଛାତ୍ର

ବରଗଡ଼,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ କୃଷିପ୍ରଧାନ ଜିଲା। କୃଷି ହିଁ ଜିଲାବାସୀଙ୍କ ଜୀବନ ଜୀବିକା। କୃଷିକ୍ଷେତ୍ରରେ ବାଧା ଉପୁଜିଲେ ଜିଲାବାସୀଙ୍କ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥାଏ। ଏଭଳି ଏକ ନିଚ୍ଛକ ଦୃଶ୍ୟ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଦେଖିବାକୁ ମିଳିଛି। ସୋହେଲା ବ୍ଲକ ଅନ୍ତର୍ଗତ ପାଣିମୋରା ମଣ୍ଡିରେ ପଡ଼ି ରହିଥିବା ତାଙ୍କ ଧାନ ଉଠୁ ନ ଥିବା ଯୋଗୁ ଉକ୍ତ ଗ୍ରାମର ଦଶମ ଶ୍ରେଣୀ ଛାତ୍ର ମନୋଜ ସାହୁ ଧାନବିକ୍ରି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ହୋଇଥିବା ଚାଷୀଙ୍କ ଧାରଣାରେ ସାମିଲ ହୋଇଛନ୍ତି। ଧାରଣାରେ ମନୋଜଙ୍କୁ ଦେଖି ପଚାରିବାରୁ ସେ ଯାହା କହିଛନ୍ତି, ଯିଏ ବି ଶୁଣିବ, ତାଙ୍କ ଲୋମ ଟାଙ୍କୁରି ଉଠିବ।

ପାଣିମୋରା ଗ୍ରାମର ମା’ ପୂର୍ଣ୍ଣିମା ଏବଂ ବାପା ପବିତ୍ରଙ୍କ ଏକମାତ୍ର ପୁଅ ମନୋଜ। ସେ ବର୍ତ୍ତମାନ ଗ୍ରାମର ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି। ଆଉ କେଇମାସ ପରେ ସେ ମାଟ୍ରିକ ପରୀକ୍ଷା ଦେବେ। କିନ୍ତୁ ମା’ ଜଣେ ମାନସିକ ରୋଗୀ ହୋଇଥିବାବେଳେ ବାପା ଦୀର୍ଘଦିନ ହେଲା ପକ୍ଷାଘାତରେ ଶର୍ଯ୍ୟାଶାୟୀ ଅଛନ୍ତି। ଫଳରେ ସେ ତାଙ୍କର ୩ ଏକର ଜମିରେ ନିଜେ ଶ୍ରମିକ ଲଗାଇ ଚାଷବାସ କରି ଆସୁଛନ୍ତି ବୋଲି ମନୋଜ କହିଛନ୍ତି। ସେ ଧାନ ଅମଳ କରିଛନ୍ତି। ଅମଳ ଧାନକୁ ବିକ୍ରି ପାଇଁ ପ୍ରାୟ ୨୦ ଦିନ ହେଲା ପାଣିମୋରା ମଣ୍ଡିକୁ ଆଣିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ଧାନ ବିକ୍ରି ହୋଇ ପାରି ନ ଥିବା ମନୋଜ କହିଛନ୍ତି।

ଧାନ ବିକ୍ରି ହୋଇ ପାରି ନ ଥିବା ଯୋଗୁ ସେ ଋଣ ପରିଶୋଧ କରି ପାରୁ ନାହାନ୍ତି। ସେହିପରି ଶ୍ରମିକଙ୍କୁ ପାରିଶ୍ରମିକ ମଧ୍ୟ ଦେଇ ପାରୁ ନାହାନ୍ତି। ଅନ୍ୟପଟେ ଆଜି ଧାନ ଉଠିବ, କାଲି ଉଠିବ ଭାବି ସେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ଛାଡ଼ି ମଣ୍ଡିକୁ ଧାଁ ଧପଡ଼ ହେଉଛନ୍ତି ବୋଲି ମନୋଜ କହିଛନ୍ତି। ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ଜାଣି ତାଙ୍କ ସହିତ ଆସି ଧାରଣାରେ ସାମିଲ ହୋଇଛି ଏବଂ ଯେତେଶୀଘ୍ର ଧାନ ବିକ୍ରି ହେବ, ସେତେ ଭଲ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ପ୍ରେମିକ

ମାଲକାନଗିରି,୨୧ା୪(ଗୌରୀଶଙ୍କର ପଣ୍ଡା): ଗତ ଏପ୍ରିଲ ୧୨ରେ ମାଲକାନଗିରି ବ୍ଲକ ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

ବୁଦ୍ଧିଜୀବୀ ବନାମ ରାଜନେତା

ନସାଧାରଣଙ୍କ ପୁଞ୍ଜିରେ ନିର୍ମିତ ବିଭିନ୍ନ ପ୍ରକାର ଲୋକାର୍ପଣ ଉତ୍ସବଗୁଡ଼ିକରେ ଫିତାକଟା ସମୟରେ ଅତିଥି ଭାବରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନେତାଙ୍କର ଫଟୋ ଦେଖିବାକୁ ମିଳୁଛି।...

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image