ଦଶମ ଶ୍ରେଣୀ ଛାତ୍ରଙ୍କ ବେକ କାଟି ଦୁର୍ବୃତ୍ତ ଛୁ’

ଆଠଗଡ଼,୨୯ା୧: କଟକ ଜିଲା ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳର କୁଲେଇଲୋ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛାତ୍ର ଜଣକ ଟ୍ୟୁଶନ ଯାଇଥିବା ବେଳେ ୨ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଏକ ପଲ୍‌ସରରେ ଆସି ତାଙ୍କ ବେକ କାଟି ଛୁ’ ମାରିଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଆଠଗଡ଼ ଥାନାରେ ଏତଲା ହୋଇଥିବା ଜଣାପଡ଼ିଛି। ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଉଦୟପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟନାରାୟଣ। ତେବେ ଛାତ୍ରଙ୍କ ବେକକୁ କିଏ କାହିଁକି କାଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଅଭିଯୋଗ ପରେ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଚଳାଇଛି।

Share