ଜାନୁୟାରୀକୁ ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା

କଟକ ଅଫିସ,୩୦।୧୧: ଦଶମ ଶ୍ରେଣୀର ସମେଟିଭ-୧ର ପରୀକ୍ଷା ତାରିଖ ଘୁଞ୍ଚିଲା। ଡିସେମ୍ବର ୨୭ରେ ହେବାକୁ ଥିବା ଏହି ପରୀକ୍ଷା ଜାନୟାରୀ ୫ ରୁ ୮ ତାରିଖରେ ହେବ। ସେଥିପାଇଁ ଫର୍ମ ଫିଲଅପ କାର୍ଯ୍ୟ ଶେଷ ହୋଇଛି । ପରୀକ୍ଷା ପାଇଁ ଡାଟା ବେସ ପ୍ରସ୍ତୁତ ଚାଲିଛି ବୋଲି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଏହି ପରୀକ୍ଷା ପାଇଁ ୫ ଲକ୍ଷ ୭୦ ହଜାର ଛାତ୍ରୀଛାତ୍ର ଫର୍ମ ପୂରଣ କରିଛନ୍ତି । ସେହିପରି ନବମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଏନରୋଲମେଣ୍ଟ ଅବଧି ବଢିଛି । ଡିସେମ୍ବର ୩ ରୁ ୭ ତାରିଖ ଯାଏ ଛାତ୍ରୀଛାତ୍ର ପଞ୍ଜୀକରଣ କରିପାରିବେ । ବୋର୍ଡ କାର୍ଯ୍ୟାଳୟରେ ଅଫଲାଇନ ମୋଡରେ ଏନରୋଲମେଣ୍ଟ କରିହେବ।

Share