ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଭୟରେ ଛାତ୍ରୀ ଛାଡିଲେ ହଷ୍ଟେଲ

ସୁନ୍ଦରଗଡ଼,୨।୪(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ପଟୁଆଡିହି ହାଇସ୍କୁଲର ଦଶମ ଶ୍ରେଶୀ ଛାତ୍ରୀ ଛାତରୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା କରିଥିଲେ। ହେଲେ ଝିଅକୁ ଛାତରୁ ଠେଲି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ଏହି ଘଟଣାକୁ ନେଇ ଭୟରେ ଶନିବାର କିଛି ଛାତ୍ରୀ ହଷ୍ଟେଲ ଛାଡି ଘରକୁ ପଳାଇଛନ୍ତି।
ସୂଚନାଯୋଗ୍ୟ, ପଞ୍ଚାୟତ ହାଇସ୍କୁଲ ପଟୁଆଡ଼ିହିର ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତରୁ ଖସିପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଛାତ୍ରୀ ପଟୁଆଡିହି ହଷ୍ଟେଲରେ ରହି ପାଠ ପଢୁଥିଲେ । ଏହି ଘଟଣାରେ ଟାଉନ ଥାନା ପୋଲିସ ସ୍କୁଲ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଏବଂ ଜଣେ ଓ୍ବାଡେନକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।