ବୁଧବାରଠୁ ଦଶମ ସମେଟିଭ୍‌-୧ ପରୀକ୍ଷା

କଟକ ଅଫିସ,୨୨।୧୧: ଦଶମ ସମେଟିଭ୍‌-୧ ପରୀକ୍ଷା ବୁଧବାରଠୁ ଆରମ୍ଭ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତବର୍ଷ ୫ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ସମେଟିଭ୍‌ ୧ ଓ ସମେଟିଭ ୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତେବେ ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ୍‌ ବାରଣ କରାଯାଇଛି। ଅନ୍ୟପଟେ, ସମସ୍ତ ନୋଡାଲ ସେଣ୍ଟର ମାନଙ୍କୁ ପ୍ରଶ୍ନ ପତ୍ର ପଠାଯାଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ମଧ୍ୟ ବ୍ୟବସ୍ଥା କରାଯାଇଛି।

Share