ପୁରୀ ଅଫିସ, ୨୧ା୧୧: ଚଳିତ ମାସ ୨୩ ତାରିଖଠାରୁ ପୁରୀ ଜିଲାର ୧୧୬ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ସମେଟିଭ ପରୀକ୍ଷା ଆରମ୍ଭ ହେବ। ଏକକାଳୀନ ଦଶମଶ୍ରେଣୀ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିଲାଗି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କପି ରୋକିବା ପାଇଁ ୩ଟି ଫ୍ଲାଇଙ୍ଗ ସ୍କାଡ୍ ଗଠନ କରାଯାଇଛି। ଚିଲିକା ହ୍ରଦର ଅପରପାର୍ଶରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଉକ୍ତ କେନ୍ଦ୍ରଗୁଡ଼ିକରେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଚଳିତ ପରୀକ୍ଷାରେ କଡ଼ାକଡ଼ି ଭାବେ ଶୃଙ୍ଖଳା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲା ଶିକ୍ଷାଧିକାରୀ ଡ. ବିଶ୍ୱଜିତ ଘୋଷ ସୋମବାର ସାରସ୍ବତ ବିଦ୍ୟାପୀଠରେ ଆୟୋଜିତ ସମସ୍ତ କେନ୍ଦ୍ରର ପରିଚାଳକମାନଙ୍କ ବୈଠକରେ ସଭାପତିତ୍ୱ କରି ଏଥର ପରୀକ୍ଷାରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲେରାନ୍ସ ପାଳନ କରାଯିବ ବୋଲି କହିଛନ୍ତି।