ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଚଳିତ ମାସ ପ୍ରାୟ ୧୧.୨୨ ଲକ୍ଷ ନୂଆ ସଦସ୍ୟ କର୍ମଚାରୀ ଭବିଷ୍ୟନିଧି ସଂଗଠନ( ଇପିଏଫ୍ଓ)ରେ ଯୋଡ଼ିହୋଇଥିବା ଜଣାପଡ଼ିଛି। ଏହି ସଂଖ୍ୟା ଗତ ମାସ ଅପେକ୍ଷା କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ସଂସ୍ଥା ସହ ଯୋଡ଼ିହେବା ଏକ ଭଲ ଖବର ବୋଲି କୁହାଯାଇଛି। ଏ ସମ୍ପର୍କରେ ଗୁରୁବାର ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଅବସରକାଳୀନ ପାଣ୍ଠି ବଡି ଇପିଏଫ୍ ସହ ମାର୍ଚ୍ଚରେ ପ୍ରାୟ ୧୧.୨୨ ଲକ୍ଷ ନୂତନ ପଞ୍ଜୀକରଣ ହୋଇଛି। ଫେବୃୟାରୀରେ ୧୧.୨୮ ଲକ୍ଷ ପଞ୍ଜୀକରଣ କରିଥିବା ଜଣାପଡିଛି। ସେହିଭଳି ୨୦୨୦-୨୧ ବର୍ଷରେ ସଂଗଠନ ସହ ପ୍ରାୟ ୭୭.୦୮ ଲକ୍ଷ ନୂତନ ପଞ୍ଜୀକରଣ ହୋଇଥିଲା। ଏହି ନୂତନ ସଂଖ୍ୟକ ସବ୍ସ୍କ୍ରାଇବର ଇପିଏଫ୍ଓ ସହ ଜଡିତ ହୋଇଥିବା ସୂଚନା ମିଳିଛି। ପୂର୍ବ ବର୍ଷ ଏହି ସଂଖ୍ୟା ୭୮.୫୮ଲକ୍ଷ ରହିଥିଲା ବୋଲି କୁହାଯାଇଛି। ମାର୍ଚ୍ଚ ମାସରେ ଏହି ନୂତନ ପଞ୍ଜୀକରଣ ୧୧.୨୨ ଲକ୍ଷ ହୋଇଛି ବୋଲି ଶ୍ରମ ମନ୍ତ୍ରଣାଳୟ କହିଛି।