Posted inଜାତୀୟ

୨୦୨୦ କୋଭିଡ୍‌ରେ ଅଧିକ ୧୧.୯ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧।୭(ପି.ଟି.): ୨୦୨୦ର କୋଭିଡ୍‌ ମହାମାରୀରେ ଭାରତରେ ଅଧିକ ୧୧.୯ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା, ଯାହାକି ୨୦୧୯ ତୁଳନାରେ ୧୭ ପ୍ରତିଶତ ଅଧିକ ବୋଲି ଏକ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି। ସରକାରୀ ଭାବେ ଯେଉଁ ମୃତ୍ୟୁସଂଖ୍ୟା ଦର୍ଶାଯାଇଥିଲା, ଏହା ତା’ର ୮ ଗୁଣା ହୋଇଥିବାବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଆକଳନର ୧.୫ ଗୁଣା ବୋଲି ଗବେଷକମାନେ କହିଛନ୍ତି। ତେବେ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସାଇନ୍ସ ଆଡ୍‌ଭାନ୍ସେସ୍‌ରେ ପ୍ରକାଶିତ ଏହି ଅଧ୍ୟୟନ ଅସ୍ଥିର ଏବଂ ଅସ୍ବୀକାର୍ଯ୍ୟ ଆକଳନ ଉପରେ ଆଧାରିତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ଅକ୍ସଫୋର୍ଡ ୟୁନିଭର୍ସିଟି ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କୁ ନେଇ ଗଠିତ ଟିମ୍‌ ୭.୬୫ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କ ତଥ୍ୟକୁ ବ୍ୟବହାର କରି ଜାଣିବାକୁ ପାଇଛନ୍ତି ଯେ, ଭାରତରେ ୨୦୧୯ ଏବଂ ୨୦୨୦ ମଧ୍ୟରେ ସମ୍ଭାବ୍ୟ ଆୟୁରେ ପରିବର୍ତ୍ତନ ହୋଇଥିଲା। ମହାମାରୀଜନିତ ସାରା ବିଶ୍ୱର ଅତିରିକ୍ତ ମୃତ୍ୟୁସଂଖ୍ୟାର ଏକ-ତୃତୀୟାଂଶ ଭାରତରେ ହୋଇଥିବା ଆକଳନ କରାଯାଇଛି। ଏଥିପାଇଁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ର ତଥ୍ୟ ନିଆଯାଇଥିଲା। ଅଧ୍ୟୟନ ଅନୁଯାୟୀ ଦେଶରେ ମହିଳାମାନଙ୍କ ଆୟୁଷ ୩.୧ ବର୍ଷ କମିଥିବାବେଳେ ପୁରୁଷଙ୍କ ଆୟୁ ୨.୧ ବର୍ଷ କମିଥିଲା। ପରିବାରଗୁଡ଼ିକରେ ସ୍ବାସ୍ଥ୍ୟସେବା ଏବଂ ସମ୍ବଳ ବଣ୍ଟନରେ ଲିଙ୍ଗଗତ ଅସମାନତା ଏହାର ସମ୍ଭାବ୍ୟ କାରଣ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି। ତେବେ ଉଚ୍ଚ ଆୟକାରୀ ଦେଶଗୁଡ଼ିକରେ ଭିନ୍ନ ଧାରା ଦେଖିବାକୁ ମିଳିଛି। ସେଠାରେ ମହାମାରୀ ସମୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ମୃତ୍ୟୁସଂଖ୍ୟା ଅଧିକ ଥିଲା। ଉଚ୍ଚ ଜାତିର ହିନ୍ଦୁ ସମ୍ପ୍ରଦାୟଗୁଡ଼ିକର ଆୟୁଷ ୧.୩ ବର୍ଷ କମିଥିବାବେଳେ ମୁସଲମାନ ଏବଂ ଅନୁସୂଚିତ ଜନଜାତିଙ୍କ ଆୟୁଷ ଯଥାକ୍ରମେ ୫.୪ ବର୍ଷ ଏବଂ ୪.୧ ବର୍ଷ କମିଛି। ଏହି ଧର୍ମୀୟ ସମ୍ପ୍ରଦାୟ ଏବଂ ଜନଜାତି ଆୟୁଷଗତ ଅସମାନତାର ସମ୍ମୁଖୀନ ହୋଇଆସିଥିବାବେଳେ ମହାମାରୀ ସମୟରେ ଏହା ଆହୁରି ବଢ଼ିଯାଇଥିଲା ବୋଲି ଗବେଷକ ଆଶିଷ ଗୁପ୍ତା କହିଛନ୍ତି।

ଅଧ୍ୟୟନରେ ଆହୁରି କୁହାଯାଇଛି, ଭାରତରେ କୋଭିଡ୍‌ ବେଳେ ସବୁ ବୟସବର୍ଗରେ ମୃତ୍ୟୁସଂଖ୍ୟା ବଢ଼ିଥିଲା। କମ୍‌ ବୟସ୍କ ଏବଂ ବୟସାଧିକ୍ୟଙ୍କ ମୃତ୍ୟୁସଂଖ୍ୟା ସବୁଠୁ ଅଧିକ ଥିଲା। ଅନ୍ୟପକ୍ଷରେ ଉଚ୍ଚ ଆୟକାରୀ ଦେଶରେ ୬୦ ବା ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ମୃତ୍ୟୁସଂଖ୍ୟା ବଢ଼ିଥିଲା। ଭାରତର ଅନେକ ଅଞ୍ଚଳ କୋଭିଡ୍‌ ସଂକ୍ରମଣରୁ ଅଧିକ ଅସୁରକ୍ଷିତ ଥିବାରୁ କମ୍‌ ବୟସ୍କଙ୍କ ମୃତ୍ୟୁସଂଖ୍ୟା ବଢ଼ିବା ଏହାର କାରଣ ହୋଇପାରେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ମୁଖ୍ୟ ଦାବିକୁ ଗ୍ରହଣ କଲେ ସରକାର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

‘ରାହୁଲଙ୍କ ଜିଭ କାଟିଲେ ୧୧ ଲକ୍ଷ ପୁରସ୍କାର ଦେବି’, ଶିବସେନା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ, ୧୬।୯: ମହାରାଷ୍ଟ୍ରର ଶିବଶେନା ବିଧାୟକ ସଞ୍ଜୟ ଗାଏକ୍ୱାଡ୍‌ ସୋମବାର ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି।...

କଶ୍ମୀର ନିର୍ବାଚନ: ଆସିଲା କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କ’ଣ ସବୁ ରହିଛି ପ୍ରତିଶ୍ରୁତି…

ଶ୍ରୀନଗର,୧୬ା୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ସୋମବାର ଦଳୀୟ ଇସ୍ତାହାର ପ୍ରକାଶ ପାଇଛି। ଏଥିରେ କୃଷକ, ମହିଳା ଏବଂ ଯୁବବର୍ଗଙ୍କ ପାଇଁ ଅନେକ...

ମମତାଙ୍କ ସହ ଆଲୋଚନାରେ ଯୋଗଦେଲେ ଡାକ୍ତର

କୋଲକାତା,୧୬ା୯: ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ...

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ...

ଆଗାମୀ ୧୦୦୦ ବର୍ଷ ପ୍ଲାନିଂର ଖୁଲାସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୬।୯: ମୋଦି ୩.୦ର ୧୦୦ ଦିନ ସମାପ୍ତ ହୋଇଛି। ଗୁଜରାଟର ଗାନ୍ଧୀ ନଗରରେ ଆୟୋଜିତ ହୋଇଥିବା ‘ଗ୍ଲୋବାଲ ରିନ୍ୟୁଆଲ ଏନର୍ଜି ଇନଭେଷ୍ଟର୍ସ ମିଟ ଆଣ୍ଡ ଏକ୍ସପୋ’ର...

ଉଦ୍‌ଘାଟନ ପୂର୍ବରୁ ବନ୍ଦେ ମେଟ୍ରୋର ବଦଳିଲା ନାଁ

ନୂଆଦିଲ୍ଲୀ,୧୬।୯: ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ନାମ ଉଦଘାଟନ ପୂର୍ବରୁ ବଦଳିଛି। ଏହାର ନାମ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ...

ପୂର୍ବରୁ ଫେଲ ମାରିବା ପରେ କାହିଁକି ପୁଣିଥରେ ଡାକ୍ତରଙ୍କୁ ବୈଠକ ପାଇଁ ଡାକିଲେ ମମତା

କୋଲକାତା,୧୬।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ମାମଲାରେ ଆଜିବି ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri