ଗଞ୍ଜାମ ଏସ୍‌ପିଙ୍କୁ ଭେଟିଲେ ୧୧ ବାସନ୍ଦ ପରିବାର

ଛତ୍ରପୁର,୧୬ା୬(ସନ୍ତୋଷ ପାଢ଼ୀ )-ଗଞ୍ଜାମ ଜିଲା ରମ୍ଭା ଥାନା ନୁଆଁପଲ୍ଲୀ ଏବଂ ପୋଇରାସୀ ଗ୍ରାମର ୧୧ଟି ପରିବାରକୁ ବାସନ୍ଦ କରିବା ସହ ପ୍ରାଣରେ ମାରିଦେବା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ୨ ଗ୍ରାମର ବାସନ୍ଦ ପରିବାର ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇବା ସହ ନ୍ୟାୟ ପାଇଁ ଗୁହାରି କରିଛନ୍ତି। ରମ୍ଭା ଥାନା ପୋଇରାସୀ ପଞ୍ଚାୟତ ନୁଆଁପଲ୍ଲୀ ଏବଂ ପୋଇରାସୀ ଗ୍ରାମର ୧୧ଟି ପରିବାରକୁ କୁଳୁରୁ କୁଳ କର୍ମକର୍ତ୍ତା ବାସନ୍ଦ କରିଥିବା ସେମାନେ କହିଛନ୍ତି । ଆମ ସହିତ ଅନ୍ୟ ଯେଉଁମାନେ ରହିଛନ୍ତି ସେମାନଙ୍କୁ ମଧ୍ୟ ବାସନ୍ଦ କରିବା ନେଇ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ରମ୍ଭା ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏମାନେ ଛତ୍ରପୁର ଆସି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାସନ୍ଦ ପରିବାର ଅନୁରୋଧ କରିଛନ୍ତି ।

Share