୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର, ୧୮।୧୨(ଅନୁରାଧା ମହାରଣା): ରାଜ୍ୟରେ ଶୀତ ଲହରି ଜାରି ରହିଛି। ଧୀରେ ଧୀରେ ଥଣ୍ଡା ବଢୁଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୧ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କନ୍ଧମାଳ ଜିଲାରେ ଥଣ୍ଡାର ସର୍ବାଧିକ ପ୍ରଭାବ ଅନୁଭୂତ ହୋଇଛି। ଗତ ୨୪ ଘଣ୍ଟାରେ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିିଛି। ସେହିପରି ସୁନ୍ଦରଗଡ଼ ଜିଲା କିରେଇରେ ତାପମାତ୍ରା ୮.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। କନ୍ଧମାଳ ଜିଲାର ଜି. ଉଦୟଗିରିରେ ୮.୬, ସୁନ୍ଦରଗଡ଼ ଜିଲାର ରାଉରକେଲାରେ ୮.୮, ଅନୁଗୋଳରେ ୯, ଭଦ୍ରକ ଜିଲା ରାଣୀତାଲରେ ୯.୪, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିରେ ୯.୫, କେନ୍ଦୁଝର ଓ କୋରାପୁଟରେ ୯.୬ ଏବଂ ଝାରସୁଗୁଡ଼ାରେ ୯.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୧୧, ସମ୍ବଲପୁର ୧୨.୬, ହୀରାକୁଦ ୧୩.୧, ତାଳଚେର ୧୨.୪, ଭବାନୀପାଟଣା ୧୧, ବଲାଙ୍ଗୀର ୧୨, ସୋନପୁରରେ ୧୦.୯, ବୌଦ୍ଧରେ ୧୨.୫, ଭଦ୍ରକରେ ୧୨.୭, ଢେଙ୍କାନାଳରେ ୧୨.୨, ବରଗଡ଼ ୧୩.୬, ନବରଙ୍ଗପୁର ୧୨.୫, ଜଗତ୍‌ସିଂହପୁରରେ ୧୩.୨ ଓ କେନ୍ଦ୍ରାପଡ଼ାରେ ୧୨.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି କଟକର ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ପାରଦ ୧୩.୫ ଡିଗ୍ରୀ ସେଲସିୟସ ରହିଛି ।

Share