କରୋନା ଗ୍ରାଫ୍‌ ତଳମୁହାଁ, ଆଜି ୧୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨ା୫(ବ୍ୟୁରୋ): ସୋମବାର ରାଜ୍ୟରୁ ୧୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୦୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୪ ଜଣ ଶିଶୁ ବି ଅଛନ୍ତି।

ଆଜି କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ରାୟଗଡ଼ା ଏବଂ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳ, ବଲାଙ୍ଗୀର ଏବଂ ଯାଜପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୦୬୮ରେ ପହଞ୍ଚିଥିବା ବେଳେ ୧୨,୭୮,୮୦୨ ଜଣ ସୁସ୍ଥ ହୋଇଛନ୍ତି। ୮୭ ଜଣ ଚିକିିତ୍ସିତ ହେଉଛନ୍ତି।

Share