ଭୁବନେଶ୍ୱର,୨।୬(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ ୪ ଲୋକାଲ କେସ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୮୮, ୪୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଗୁରୁବାର ଟୁଇଟ୍ କରି ସୂଚନା ଦିଆଯାଇଛି । ତେବେ ୩ ଜିଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬, କଟକରୁ ୨, ବଲାଙ୍ଗୀରରୁ ଜଣେ ଏବଂ ଷ୍ଟେଟ ପୁଲ୍ରୁ ୨ ଆକ୍ରାନ୍ତ ରହିଛନ୍ତି।
Covid-19 Report For 1st June
New Positive Cases: 11
Of which 0-18 years: 0
In quarantine: 7
Local contacts: 4(Details of local contacts will be shared by concerned District)
1. Balangir: 1
2. Cuttack: 2
3. Khurda: 6
4. State Pool: 2— I & PR Department, Odisha (@IPR_Odisha) June 2, 2022