ନୂଆଦିଲ୍ଲୀ,୫।୧: ଭାରତରେ ବିଦେଶୀ ଯାତ୍ରୀମାନଙ୍କ ସ୍କ୍ରିନିଂ ପରେ ଓମିକ୍ରନର ୧୧ଟି ସବ୍-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛନ୍ତି। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତକୁ ଆସିଥିବା ୧୯,୨୨୭ ବିଦେଶୀ ଯାତ୍ରୀଙ୍କର ଟେଷ୍ଟିଂ ଡିସେମ୍ବର୨୪ରୁ ଜାନୁୟାରୀ ୩ ମଧ୍ୟରେ କରାଯାଇଥିଲା। ସେଥିମଧ୍ୟରୁ ୧୨୪ଟି ମାମଲା ପଜିଟିଭ୍ ଆସିଥିଲା। ଏହାପରେ ସେମାନଙ୍କୁ ଆଇସୋଲେଶନରେ ରଖାଯାଇଥିଲା। ତେବେ ୧୨୪ଟି ମାମଲା ଭିତରୁ ଓମିକ୍ରନର ୧୧ଟି ସବ୍-ଭାରିଆଣ୍ଟ ମାମଲା ଚିହ୍ନଟ ହୋଇଛି।