Categories: ଜାତୀୟ

ଟିଏମସି ନେତାଙ୍କ ଅଡୁଆ ବଢିଲା: ଆଉ ୧୧ ଦିନ ରିମାଣ୍ଡ ପାଇଁ ମିଳିଲା ମଞ୍ଜୁରୀ

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଶୁକ୍ରବାର ତାଙ୍କର ରିମାଣ୍ଡ ଅବଧି ସରୁଥିବା ବେଳେ ଦିଲ୍ଲୀର ଏକ କୋର୍ଟ ଏହି ମାମଲାର ଶୁଣାଣି କରି ତାଙ୍କୁ ଆଉ ୧୧ ଦିନିଆ ରିମାଣ୍ଡରେ ନେବାକୁ ଇଡିକୁ ଅନୁମୋଦନ ଦେଇଛନ୍ତି। ଏହାପୂର୍ବରୁ ଇଡି ମାର୍ଚ୍ଚ ୮ରୁ ୧୦ ଯାଏ ରିମାଣ୍ଡରେ ନେଇଥିଲା।

ମଙ୍ଗଳବାର ଇଡି ଦ୍ୱାରା ଦାଖଲ କରାଯାଇଥିବା ପିଟିସନ ଉପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ସମୟରେ ଇଡି କୋର୍ଟରେ ୧୪ ଦିନ ରିମାଣ୍ଡ ପାଇଁ ଦାବି କରିଥିଲେ ଏବଂ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ହେଲେ କୋର୍ଟ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ତେବେ ଆଜି ତାଙ୍କର ରିମାଣ୍ଡ ସରୁଥିବା ବେଳେ କୋର୍ଟରେ ହାଜର କରାଯାଇଥିଲା। ଟିଏମସିର ବୀରଭୂମ ଜିଲା ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ସମ୍ପୃକ୍ତ ଦୁର୍ନୀତି ମାମଲାରେ ସିବିଆଇ ଗିରଫ କରିଥିଲା।

Share