Categories: ଜାତୀୟ

କ୍ଷମତାଠାରୁ ଅଧିକ ଯାତ୍ରୀ ନେବା ହେଲା କାଳ

କାଠମାଣ୍ଡୁ,୧୩।୧୨: ନେପାଳର ଜାଜରକୋଟ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏକ ବୋଲେରୋ ଜିପ୍‌ ଚେଡାଗାର୍ଡ ପୌରାଞ୍ଚଳର ଲଓ୍ବୋ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ୨୦୦ ମିଟର ରାସ୍ତା ତଳକୁ ଖସିପଡିଥିଲା। ଫଳରେ ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। କ୍ଷମତାଠାରୁ ଅଧିକ ଯାତ୍ରୀ ଜିପ୍‌ରେ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଅନୁମାନ କରୁଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ମୃତକଙ୍କ ମଧ୍ୟରୁ ୮ଜଣ ଜାଜରକୋଟର ବାସିନ୍ଦା ହୋଇଥିବା ବେଳେ ୩ ଜଣ ପଡୋଶୀ ଡାଏଲଖର ଅଞ୍ଚଳର ବୋଲି ଜଣାପଡିଛି।

Share