ବାର୍‌ରେ ନିଆଁ ଲାଗିବାରୁ ଜିଅନ୍ତା ଜଳିଗଲେ ୧୧ଜଣ

ଓ୍ବାଶିଂଟନ୍‌,୨୩।୭: ମେକ୍ସିକୋର ଏକ ବାର୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାର୍‌ରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ସହ ଅସଦାଚରଣ କରୁଥିଲେ। କର୍ମଚାରୀମାନେ ତାଙ୍କୁ ଏଥିପାଇଁ ବାର୍‌ରୁ ତଡି ଦେଇଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣକ ରାଗି ଯାଇ ବାର୍‌ରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ଯୋଗୁ ବାର୍‌ରେ ୧୧ଜଣ ବ୍ୟକ୍ତି ଜିଅନ୍ତା ଜଳି ଦେଇଛନ୍ତି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି।

ଆମେରିକାର ସୀମାନ୍ତରେ ଥିବା ଉତ୍ତର ସୋନୋରା ରାଜ୍ୟର ସାନ ଲୁଇସ ରିଓ କଲୋରଡୋ ସହରରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡରେ ୭ଜଣ ପୁରୁଷ ଏବଂ ୪ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନ୍ୟ ଚାରି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଧିକାରୀ କହିଛନ୍ତି, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ଅତ୍ୟଧିକ ମଦ୍ୟପାନ କରିଥିଲେ। ମହିଳାଙ୍କ ସହ ଅସଦାଚରଣ ହେତୁ ତାଙ୍କୁ ବାରରୁ ବିଦା କରାଯାଇଥିଲା। ପରେ ସେ ରାଗ ରଖି ବାର ଦ୍ୱାରରେ ଏକ ମଲୋଟୋଭ କକଟେଲ ଫିଙ୍ଗିଥିଲେ। ସହରର ମେୟର ସାଣ୍ଟୋସ ଗୋଞ୍ଜାଲେଜ କହିଛନ୍ତି ଯେ, ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

 

Share