Categories: ଜାତୀୟ

ବସ୍‌-ଏସ୍‌ୟୁଭି ଧକ୍କାରେ ୧୧ ମୃତ

ଭୋପାଳ,୫ା୧୧: ମଧ୍ୟପ୍ରଦେଶର ବେଟୁଲ୍‌ ଜିଲାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ୨ ଶିଶୁଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଶ୍ରମିକ। ସେମାନେ ଏସ୍‌ୟୁଭିରେ ମହାରାଷ୍ଟ୍ରର ଅମରାବତୀରୁ ଫେରୁଥିବାବେଳେ ଭୋର ସମୟରେ ବେଟୁଲ ଜିଲାର ଝାଲର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ନିଦରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Share