Categories: ଜାତୀୟ

୧୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ଫସିଛନ୍ତି ୨୫ରୁ ଊର୍ଦ୍ଧ୍ୱ

ଶିମଲା,୧୧।୮ : ହିମାଚଳ ପ୍ରଦେଶର କିନୋରଠାରେ ବୁଧବାର ଭୂଶ୍ଖଳନ ଘଟିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ୩୦ ଜଣ ନିଖୋଜ ଅଛନ୍ତି। ମାଟି ଅତଡ଼ା ତଳେ ବହୁ ଗାଡ଼ି, ବସ୍‌ ଚାପି ହୋଇ ରହିଛି।

ରେକଙ୍ଗ୍‌ ପେଓ-ଶିମଲା ହାଇଓ୍ବେରେ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ପ୍ରାୟ ୪୦ ଯାତ୍ରୀଙ୍କୁ ନେଇ ଶିମଲା ଯାଉଥିବା ବସ୍‌ ପଥରେ ତଳେ ଫସି ରହିଛି। ପ୍ରାୟ ୨୫ରୁ ୩୦ ଲୋକ ଫସି ରହିଥିବା ଜଣେ ଅଧିକାରୀ କହିଛନ୍ତି। ୧୦ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଇଣ୍ଡୋ-ତିବେତାନ ସୀମା ପୋଲିସ (ଆଇଟିବିପି)ର ୨୦୦ ଯବାନ ନିୟୋଜିତ ଅଛନ୍ତି।

ଉଦ୍ଧାର କାର୍ଯ୍ୟ ରାତିସାରା ଜାରି ରହିବ। କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳ ଅତ୍ୟନ୍ତ ବିପଜ୍ଜନକ ବୋଲି କହିଛନ୍ତି ଆଇଟିବିପି ପ୍ରବକ୍ତା ବିବେକ ପାଣ୍ଡେ।

Share