Categories: ଜାତୀୟ

ସରକାରଙ୍କ ବଡ଼ ଆକ୍ସନ, ୧୧ ଇଞ୍ଜିନିୟର ନିଲମ଼୍ବିତ

ପାଟନା, ୫।୭: ଗତ ଦୁଇ ସପ୍ତାହ ମଧ୍ୟରେ ବିହାରରେ ୧୨ ଟି ବ୍ରିଜ୍‌ ଭୁଷୁଡ଼ି ପଡ଼ିଛି । କାର୍ଯ୍ୟରେ ଅବହେଳା ପାଇଁ ରାଜ୍ୟ ସରକାର ଶୁକ୍ରବାର ୧୧ ଜଣ ଇଞ୍ଜିନିୟଙ୍କୁ କାର୍ଯ୍ୟରୁ ନିଲମ଼୍ବିତ କରିଛନ୍ତି । ନୀତିଶ ସରକାର ଯେଉଁ ଯେଉଁ ସ୍ଥାନରେ ବ୍ରିଜ୍‌ ଭୁଷୁଡ଼ିଛି ସେଠାରେ ଏହା ପୁନଃନିର୍ମାଣ କରିବାକୁ ମଧ୍ୟ ଆଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଜଳ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚୈତନ୍ୟ ପ୍ରସାଦ ଏନେଇ କହିଛନ୍ତି ଯେ, ଏହି ଅଧିକାରୀମାନେ ବ୍ରିଜ୍‌ର କାର୍ଯ୍ୟ ଠିକ୍‌ରେ ତଦାରଖ କରିନାହାନ୍ତି । ଦୁର୍ଘଟଣା ପରେ କଣ୍ଟ୍ରାକ୍ଟରମାନଙ୍କୁ ସେମାନେ ଦାୟୀ କରି ଚୁପ୍‌ ବସି ଯାଇଛନ୍ତି ।

ତେବେ ସୂଚନା ଥାଉକି, ବିହାରର କିଶନଗଞ୍ଜ ଜିଲାରେ ଗତ ୨୭ ତାରିଖରେ ଏକ ୭୦ ମିଟର ଲମ୍ବର ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ଯୋଗୁ ହଠାତ୍‌ ଜଳସ୍ତର ବଢ଼ିଯିବାରୁ ବାହଦୁରଗଞ୍ଜ ବ୍ଲକ୍‌ର ମଦିୟାଠାରେ ଥିବା ଉକ୍ତ ବ୍ରିଜ୍‌ର ଗୋଟିଏ ପିଲାର ଭୁଶୁଡ଼ି ପଡ଼ିଥିଲା। କଙ୍କାଇ ନଦୀକୁ ମହାନନ୍ଦା ସହ ସଂଯୋଗ କରୁଥିବା ଏକ ଶାଖାନଦୀରେ ଏହି ବ୍ରିଜ୍‌ ୨୦୧୧ରେ ନିର୍ମାଣ କରାଯାଇଥିଲା।

ସେହିଭଳି ନେପାଳରେ ଥିତ୍ବା ନଦୀ ଅବବାହିକା ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ଜଳସ୍ତର ବୃଦ୍ଧି ପାଇଥିଲା। ପିଲାର ଭୁଶୁଡ଼ି ପଡ଼ିବା ପରେ ଉକ୍ତ ବ୍ରିଜ୍‌ରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିହାରର ଅରାରିଆ, ସିଓ୍ବାନ ଏବଂ ପୂର୍ବ ଚମ୍ପାରନ୍‌ ଜିଲାରେ ୩ଟି ବ୍ରିଜ୍‌ ଭୁଶୁଡ଼ିଥିଲା। ବିହାରର ପୂର୍ବ ଚମ୍ପାରନ୍‌ ଜିଲାରେ ଏକ ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିଲା। ଏହା ଘୋରାସାାନ ବ୍ଲକ୍‌ର ଏକ କେନାଲ ଉପରେ ୧.୫ କୋଟି ଟଙ୍କା ବ୍ୟୟରେ ୧୬ ମିଟର ଲମ୍ବ ସେତୁ ନିର୍ମାଣ ହୋଇଥିଲା।

Share