Posted inଜାତୀୟ

୧୧ ନକଲି ସାଧୁ ଗିରଫ, ୭୦ ହଜାର ଟଙ୍କା ଜବତ…

ଇଟାନଗର, ୨୦।୯ : ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଜିଲାରୁ ୧୧ ଜଣ ନକଲି ସାଧୁଙ୍କୁ ପୋଲିସ ଗିରଫ କରିଛି। ପଶ୍ଚିମବଙ୍ଗର ମାଲଦାଠାରେ ଆଶ୍ରମ ନିର୍ମାଣ ନାମରେ ସେମାନେ ଘରଘର ବୁଲି ଟଙ୍କା ସଂଗ୍ରହ କରୁଥିଲେ। ଏହି ଗ୍ୟାଙ୍ଗର ସନ୍ଦେହଜନକ କାର୍ଯ୍ୟକଳାପ ପରେ ବୋମଡିଲା ପୋଲିସ ପଚରାଉଚରା ପରେ ନକଲି ସାଧୁ ଗ୍ୟାଙ୍ଗକୁ ଧରିଥିଲା।

ଦୁଇ ଦିନ ମଧ୍ୟରେ ବୋମଡିଲା ସହରରୁ ୭୦ ହଜାର ଟଙ୍କା ଦାନ ଟଙ୍କା ସଂଗ୍ରହ କରିଥିଲେ। ଯାଞ୍ଚ ପାଇଁ ପୋଲିସ ମାଲଦାର ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲା ଏବଂ ଉକ୍ତ ଅଞ୍ଚଳରେ କୌଣସି ଆଶ୍ରମ ନିର୍ମାଣ କରାଯାଉ ନ ଥିବା ଜଣାପଡିଛି। ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ଏହି ଗୋଷ୍ଠୀ ଅରୁଣାଚଳ ପ୍ରଦେଶର ଇଟାନଗର, ନାହରଲାଗୁନ, ପାସିଘାଟ, ଆଲୋ, ବସାର, ଡାପୋରିଜୋ ଏବଂ ସେପ୍ପା ଆଦି ଅଞ୍ଚଳରେ ଗତ ତିନିରୁ ଚାରି ବର୍ଷ ମଧ୍ୟରେ ନିରୀହ ଲୋକଙ୍କୁ ଠକିବା ସହ ବିପୁଳ ଅର୍ଥ ସଂଗ୍ରହ କରିଛନ୍ତି। ସେମାନଙ୍କଠାରୁ ବିଭିନ୍ନ ସାମଗ୍ରୀ ମଧ୍ୟରେ ନଗଦ ଟଙ୍କା, ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଜାଲ ଡକ୍ୟୁମେଣ୍ଟ ଉଦ୍ଧାର କରାଯାଇଛି।

ଗିରଫ ହୋଇଥିବା ଜଣଙ୍କ ଆକାଉଣ୍ଟରେ ଗତ ଆଠ ମାସ ମଧ୍ୟରେ ୧୫ ଲକ୍ଷ ଟଙ୍କାର ସନ୍ଦେହଜନକ କାରବାର ହୋଇଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri