ବୁଡିଗଲା ପର୍ଯ୍ୟଟନ ଡଙ୍ଗା: ୧୧ ମୃତ, ୧୫ ଏବେ ବି ନିଖୋଜ

ଟୋକିଓ,୨୫।୪:ଜାପାନରେ ଏକ ପର୍ଯ୍ୟଟନ ଡଙ୍ଗା ବୁଡି ୧୧ ଜଣଙ୍କର ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ,ତିନିଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ୨୬ ଜଣଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ଉତ୍ତର ଜାତୀୟ ଉଦ୍ୟାନର ଥଣ୍ଡା ପାଣିରେ ବୁଡ଼ି ଯାଇଥିବା ଜାପାନ କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରହିଛି।
ଜାହାଜରେ ଦୁଇ ଜଣ ପିଲାଙ୍କ ସମେତ ୨୪ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ ଥିଲେ। ଶିରେଟୋକୋ ଉପଦ୍ୱୀପରେ ଡଙ୍ଗା ବୁଡ଼ିଯାଇଥିଲା। ଲୋକଙ୍କୁ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି, କିନ୍ତୁ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ଦୁର୍ଘଟଣା ପଛରେ ନିରାପତ୍ତାରେ ଅବହେଳା କରୁଥିବା ସନ୍ଦେହ କରୁଛନ୍ତି।

Share