ମାସିକ ୧୬ ବଦଳରେ ମିଳୁଛି ୧୧

ସୋନପୁର,୨୯।୯(ମୃତ୍ୟୁଞ୍ଜୟ ଶତପଥୀ): କିଶୋରୀମାନଙ୍କୁ ସ୍ବାସ୍ଥ୍ୟବାନ କରିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା(ଏମ୍‌ଏସ୍‌ପି) ପ୍ରଣୟନ କରିଛନ୍ତି। ୧୫ ରୁ ୧୯ ବର୍ଷର ସମସ୍ତ କିଶୋରୀ ବାଳିକାଙ୍କୁ ଉପଯୁକ୍ତ ପୁଷ୍ଟି ସାଧନ ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଯୋଜନାରେ ସମସ୍ତ କିଶୋରୀଙ୍କୁ ମାସିକ ୧୬ଟି ଅଣ୍ଡା ପ୍ରଦାନ ପାଇଁ ଅନୁଦାନ ଯୋଗାଇ ଦିଆଯାଉଛି। ତେବେ ସୁବର୍ଣ୍ଣପୁର ଜିଲାରେ ଏହି ଯୋଜନାରେ ଅଣ୍ଡା ପ୍ରଦାନରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ହିତାଧିକାରୀଙ୍କୁ ଅଙ୍ଗନଓ୍ବାଡି କର୍ମୀମାନେ ମାସିକ ୧୦ରୁ ୧୧ଟି ଅଣ୍ଡା ଦେଉଛନ୍ତି। ଅଣ୍ଡା ଦର ଅଧିକ ଥିବା ଆଳରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଉଛି। ଜିଲାର ସମସ୍ତ ବ୍ଲକରେ ଅଣ୍ଡା ପ୍ରଦାନରେ ଦୁର୍ନୀତି ହେଉଥିବା ଜଣାପଡିଛି। ଗତ ଜାନୁୟାରୀ ମାସ ଠାରୁ ଏଭଳି ଚାଲି ଆସିଛି। ବ୍ଳକ ଓ ଜିଲାସ୍ତରୀୟ ଅଧିକାରୀ ଏସବୁ ଜାଣି କୌଣସି କାରଣରୁ ଚୁପ୍‌ ରହୁଛନ୍ତି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ସୂଚନା ଅନୁଯାୟୀ ଏମ୍‌ଏସ୍‌ପି ଯୋଜନାରେ ଜିଲାର ୧୯ ହଜାରରୁ ଊର୍ଦ୍ଧ୍ୱ କିଶୋରୀ ବାଳିକାଙ୍କୁ ମାସିକ ୧୬ଟି ଅଣ୍ଡା ପ୍ରଦାନ କରାଯିବାର ନିୟମ ରହିଛି। ଜିଲାର କେତେକ ବ୍ଲକରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟ ସ୍ଥାନରେ ଅଙ୍ଗନଓ୍ବାଡି କର୍ମୀ ଅଣ୍ଡା କିଣି ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି। ମାତ୍ର ସବୁଠି ହିତାଧିକାରୀଙ୍କୁ କମ୍‌ ସଂଖ୍ୟକ ଅଣ୍ଡା ଦିଆଯାଉଛି। ସୋନପୁର ବ୍ଲକରେ ସ୍ପେଶାଲ ନ୍ୟୁଟ୍ରିସନ ପ୍ରୋଗ୍ରାମ(ଏସ୍‌ଏନ୍‌ପି)ରେ ନିୟମ ଅନୁଯାୟୀ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ମାସିକ ୧୨ଟି ଅଣ୍ଡା ଦିଆଯାଉଛି। ଗର୍ଭବତୀ ମହିଳା ଓ ପ୍ରସୂତି ମହିଳାକୁ ମଧ୍ୟ ମାସିକ ୧୨ଟି ଅଣ୍ଡା ପ୍ରଦାନ କରାଯାଉଛି। କିନ୍ତୁ କିଶୋରୀ ବାଳିକା ମାନଙ୍କୁ ୪ ରୁ ୫ଟି ଅଣ୍ଡା କମ୍‌ ଦିଆଯାଉଛି। ଦାୟିତ୍ୱରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠି କମ୍‌ ଅଣ୍ଡା ଦେଉଥିବା ସୋନପୁର ବ୍ଲକର ଅଙ୍ଗନଓ୍ବାଡି କର୍ମୀମାନେ ଅଭିଯୋଗ କରିଛନ୍ତି। ତେବେ ବୀରମହାରାଜପୁର, ଉଲୁଣ୍ଡା, ବିନିକା, ତରଭା ଓ ଡୁଙ୍ଗୁରିପାଲି ବ୍ଲକରେ କିଶୋରୀ ବାଳିକାଙ୍କ ସମେତ ଗର୍ଭବତୀ ମହିଳା, ପ୍ରସୂତି ମହିଳା, ୬ରୁ ୩ବର୍ଷର ଶିଶୁ ଓ ଅତିଶୟ ଅପପୁଷ୍ଟି ଶିଶୁଙ୍କୁ ଅଣ୍ଡା, ଛତୁଆ, ମୁଢୀ, ବାଦାମ ଲଡୁ ଓ ଚଣା ପ୍ରଦାନରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଅଣ୍ଡା କମ୍‌ ଦିଆ ଯାଉଥିବା ବେଳେ ଛତୁଆର ମାନ ଠିକ୍‌ ରହୁନାହିଁ। ଛତୁଆ ପ୍ରସ୍ତୁତି ସମୟରେ ଦାୟିତ୍ୱରେ ରହୁଥିବା ଅଧିକାରୀ ତଦାରଖ କରୁନାହାନ୍ତି। ଅନ୍ୟପକ୍ଷେ ବଜାରରେ ଅଣ୍ଡା ଦର ଅଧିକ ରହୁଥିବାରୁ ପ୍ରାକ୍ତନ ଜିଲାପାଳଙ୍କ ମୌଖିକ ନିର୍ଦ୍ଦେଶ କ୍ରମେ ଜିଲାର ହିତାଧିକାରୀଙ୍କୁ କମ୍‌ ସଂଖ୍ୟକ ଅଣ୍ଡା ପ୍ରଦାନ କରାଯାଉଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଏ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା କୁହନ୍ତି, ସିଡିପିଓ ଓ ସୁପରଭାଇଜରମାନେ ସ୍ଥାନୀୟସ୍ତରରେ ଏସବୁ ତଦାରଖ କରୁଛନ୍ତି। ତେବେ ବର୍ତ୍ତମାନ ଅଣ୍ଡାଦର ଅଧିକ ଥିବାରୁ ବଜାର ଦର ଅନୁସାରେ କିଶୋରୀ ବାଳିକା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଣ୍ଡା ଦିଆ ଯାଉଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri