Categories: ଜାତୀୟ

ଘାଟି ତଳକୁ ଖସିଲା ବସ୍‌: ଚାଲିଗଲା ୧୧ ଜଣଙ୍କ ଜୀବନ

ଶ୍ରୀନଗର,୧୪।୯: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ବରେରୀ ନାଲ୍ଲା ନିକଟ ଘାଟି ତଳକୁ ବୁଧବାର ଏକ ବସ୍‌ ଖସପଡିଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଲୋକ, ପୋଲିସ ଏବଂ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ଜାରି ରଖିଛି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି। ଅନ୍ୟପକ୍ଷେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି। ବସ୍‌ଟି ସିଜିଆନରୁ ମାଣ୍ଡି ଅଭିମୁଖେ ଯାଉଥିଲା।

Share